Advertisment

ସମ୍ପତ୍ତି ଲୋଭ ଘାରିଲା, ଶେଷରେ ବିଧବା ଭାଉଜର ଗଳା କାଟି ଦେଲା ଦିଅର

କଟକ(ଓଡ଼ିଶା ରିପୋର୍ଟର): ସମ୍ପତ୍ତି ଲୋଭରେ ଭାଉଜ ଗଳା କାଟି ହତ୍ୟା କଲା ଦିଅର। ଏପରି ବିଭତ୍ସ ହତ୍ୟାକାଣ୍ଡ ଗତକାଲି ରାତିରେ କଟକ ସହରର ଶିଖରପୁର ଉପର ସାହିରେ ଘଟିଛି। । ଏହି ଘଟଣାରେ ଚାଉଳିଆଗଞ୍ଜ ପୁଲିସ୍‌ ଦିଅରକୁ ଅଟକ ରଖି ପଚରାଉଚରା କରୁଛି । ସଂପତ୍ତି ଲୋଭରେ ଦିଅର ହତ୍ୟା କରିଥାଇ ପାରେ ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି । ଭିଣୋଇଙ୍କ ମୃତ୍ୟୁ ପରେ ସଂପତ୍ତି ଲୋଭରେ ସଂପୃକ୍ତ ଦିଅର ତାଙ୍କ ଭଉଣୀ ଓ […]

ଅଦ୍ୟତନ ହୋଇଛି
ସାମାନ୍ୟ ବଚସାରୁ ଛୁରା ମାଡ଼

Knife-attack

Advertisment

କଟକ(ଓଡ଼ିଶା ରିପୋର୍ଟର): ସମ୍ପତ୍ତି ଲୋଭରେ ଭାଉଜ ଗଳା କାଟି ହତ୍ୟା କଲା ଦିଅର। ଏପରି ବିଭତ୍ସ ହତ୍ୟାକାଣ୍ଡ ଗତକାଲି ରାତିରେ କଟକସହରର ଶିଖରପୁର ଉପର ସାହିରେ ଘଟିଛି। । ଏହି ଘଟଣାରେ ଚାଉଳିଆଗଞ୍ଜ ପୁଲିସ୍‌ ଦିଅରକୁ ଅଟକ ରଖି ପଚରାଉଚରା କରୁଛି । ସଂପତ୍ତି ଲୋଭରେ ଦିଅର ହତ୍ୟା କରିଥାଇ ପାରେ ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି ।

Advertisment

ଭିଣୋଇଙ୍କ ମୃତ୍ୟୁ ପରେ ସଂପତ୍ତି ଲୋଭରେ ସଂପୃକ୍ତ ଦିଅର ତାଙ୍କ ଭଉଣୀ ଓ ପିଲାଙ୍କୁ ନିର୍ଯାତନା ଦେଇ ଆସୁଥିଲା । ଏପରିକି ପୂର୍ବରୁ ଥରେ ମାରି ଦେବାକୁ ଚେଷ୍ଟା କରିଥିଲା । ଏନେଇ ସେତେବେଳେ ଥାନାରେ ଅଭିଯୋଗ କରିବା ଲାଗି ଭଉଣୀଙ୍କୁ କହିଥିଲେ । ହେଲେ ଦିଅର ପରିବାରର ଭବିଷ୍ୟତକୁ ଦେଖି ଭଉଣୀ ଅଭିଯୋଗ କରିନଥିଲେ ବୋଲି ଭାଇ କହିଛନ୍ତି । ଶେଷରେ ଗତ ରାତିରେ ଛୁରୀରେ ଭୁଷି ହତ୍ୟା କରିଛି ବୋଲି ସେ ଅଭିଯୋଗ କରିଛି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe