Advertisment

ବାଡ଼ିରେ ବଳଦ ପଶିବାରୁ ଭାଇକୁ ହତ୍ୟା କଲା ଭାଇ

ତେଲକୋଇ(ଚିନ୍ମୟ କୁମାର ସାହୁ): ବାଡ଼ିରେ ବଳଦ ପଶି ଫସଲ ନଷ୍ଟ କରିବାରୁ ଭାଇକୁ ହତ୍ୟା କରିଛି ଭାଇ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ରାଜନ ନାୟକ। ଘଟଣା ଘଟାଇବା ପରେ ଅଭିଯୁକ୍ତ ଭାଇ କୁନା ନାୟକ ଫେରାର ହୋଇଯାଇଛନ୍ତି। ଖବର ପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ଅପରାହ୍ନ ୫ଟାରେ ଏହି ଘଟଣା ଘଟିଛି। […]

ଅଦ୍ୟତନ ହୋଇଛି
ଭାଇକୁ ରାକ୍ଷୀ ବାନ୍ଧି ଫେରୁଥିବା ବେଳେ ପିଟି ଦେଲା ଟ୍ରକ୍

Dead

Advertisment

ତେଲକୋଇ(ଚିନ୍ମୟ କୁମାର ସାହୁ): ବାଡ଼ିରେ ବଳଦ ପଶି ଫସଲ ନଷ୍ଟ କରିବାରୁ ଭାଇକୁ ହତ୍ୟା କରିଛି ଭାଇ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ରାଜନ ନାୟକ। ଘଟଣା ଘଟାଇବା ପରେ ଅଭିଯୁକ୍ତ ଭାଇ କୁନା ନାୟକ ଫେରାର ହୋଇଯାଇଛନ୍ତି। ଖବର ପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଜି ଅପରାହ୍ନ ୫ଟାରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁଯାଇ, କୃଷ୍ଣପୁର ଗ୍ରାମର ଆରତ ନାୟକଙ୍କ ବଳଦ ତାଙ୍କ ଭାଇ ମଧୁ ନାୟକଙ୍କ ବାଡ଼ିରେ ପଶି ଫସଲ ନଷ୍ଟ କରିଥିଲା। ଏହାକୁ ଦେଖି ମଧୁ ନାୟକଙ୍କ ପୁଅ କୁନା ନାୟକ ଉତକ୍ଷିପ୍ତ ହୋଇ ଗାଳି ଗୁଲଜ କରିଥିଲେ। ଏହାକୁ ଆରତଙ୍କ ପୁଅ ରାଜନ ନାୟକ ବିରୋଧ କରିଥିଲେ। ଝଗଡ଼ା ଦୁଇ ଜଣକ ଭିତରେ ବଢ଼ିଥିଲା। ଏହି ସମୟରେ କୁନା ନାୟକ ଏକ ଟାଙ୍ଗିଆରେ ରାଜନଙ୍କ ମୁଣ୍ଡକୁ ହାଣି ଦେଇଥିଲା। ପ୍ରବଳ ରକ୍ତ ବୋହିଯିବାରୁ ଘଟଣା ସ୍ଥଳରେ ରାଜନଙ୍କ ମୃତ୍ୟୁ ହୋଇଯାଇଥିଲା। ଅଘଟଣ ଘଟାଇବା ପରେ କୁନା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ତନା ଘନା ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe