ସାନ ଭାଇର କାଠ ଫାଳିଆ ମାଡ଼ରେ ବଡ଼ ଭାଇର ଜୀବନ ଗଲା

DeadBody

DeadBody

Tapaswini Nayak
  • Published: Wednesday, 30 March 2022
  • Updated: 30 March 2022, 03:43 PM IST

Sports

Latest News

ରାୟଗଡ଼ା(ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଅଞ୍ଚଳରେ ଦୁଃଖଦ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟି  ହତ୍ୟା କଲା ସାନ ଭାଇ। ମୃତ ବ୍ୟକ୍ତି ଜଣଙ୍କ ହେଲେ କୁନା ନାୟକ। ପୁଲିସ ରାଜେନ୍ଦ୍ର ନାୟକଙ୍କୁ ଗିରଫ  କରି ପଚରାଉଚରା କରୁଛି। କୁନା ସମ୍ପର୍କରେ ରାଜେନ୍ଦ୍ରଙ୍କ ବଡ଼ ଭାଇ ହେବେ।

ସୂଚନା ଅନୁସାରେ, ଗତକାଲି ରାଜେନ୍ଦ୍ର ମଦ ପିଇ ଆସି କୌଣସି କଥାକୁ ନେଇ ବଡ଼ ଭାଇ କୁନାଙ୍କ ସହ ପାଟିତୁଣ୍ଡ କରିଥିଲା।  ପରେ ଏକ କାଠଫାଳିଆ ଆଣି ବଡ଼ ଭାଇଙ୍କୁ ମୁଣ୍ଡକୁ ପିଟିଦେଇଥିଲା । ଘଟଣାସ୍ଥଳରେ  କୁନାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଏନେଇ ପୁଲିସ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ  ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos