DeadBody
ରାୟଗଡ଼ା(ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଅଞ୍ଚଳରେ ଦୁଃଖଦ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟି ହତ୍ୟା କଲା ସାନ ଭାଇ। ମୃତ ବ୍ୟକ୍ତି ଜଣଙ୍କ ହେଲେ କୁନା ନାୟକ। ପୁଲିସ ରାଜେନ୍ଦ୍ର ନାୟକଙ୍କୁ ଗିରଫ କରି ପଚରାଉଚରା କରୁଛି। କୁନା ସମ୍ପର୍କରେ ରାଜେନ୍ଦ୍ରଙ୍କ ବଡ଼ ଭାଇ ହେବେ।
ସୂଚନା ଅନୁସାରେ, ଗତକାଲି ରାଜେନ୍ଦ୍ର ମଦ ପିଇ ଆସି କୌଣସି କଥାକୁ ନେଇ ବଡ଼ ଭାଇ କୁନାଙ୍କ ସହ ପାଟିତୁଣ୍ଡ କରିଥିଲା। ପରେ ଏକ କାଠଫାଳିଆ ଆଣି ବଡ଼ ଭାଇଙ୍କୁ ମୁଣ୍ଡକୁ ପିଟିଦେଇଥିଲା । ଘଟଣାସ୍ଥଳରେ କୁନାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଏନେଇ ପୁଲିସ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/Untitled-2-2.jpg)