ଅଦ୍ୟତନ ହୋଇଛି
Murder-1
Advertisment
ଆସିକା(ମୋନଜ ମୁନି): ଦୁଇ ଶହ ଟଙ୍କା ପାଇଁ ନିଜ ଦାଦା ପୁଅକୁ ଜଣେ ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଚମ୍ପେଇତପୁର ଗାଁରେ।
Advertisment
ମୃତ ଯୁବକଜଣଙ୍କ ହେଲେ ବାବୁଲା ଗୌଡ। ପୁଲିସ ଅଭିଯୁକ୍ତ ନୃସିଂହ ଗୌଡଙ୍କୁ ଗତକାଲି ଗିରଫ କରିଛି।
ସୂଚନା ଅନୁସାରେ, ମାତ୍ର ଦୁଇ ଶହ ଟଙ୍କା ପାଇଁ ବାବୁଲା ଓ ନୃସିଂହ ମଧ୍ୟରେ ଗତ ଶନିବାର ବଚସା ହୋଇଥିଲା। ପରେ ନୃସିଂହ ଦାଦା ପୁଅକୁ ହତ୍ୟା କରି ଫେରାର ହୋଇଯାଇଥିଲା । ଖବର ପାଇ ପୁଲିସ ପହଞ୍ଚି ବିଭିନ୍ନ ସ୍ଥାନରେ ଖୋଳତାଡ଼ ଆରମ୍ଭ କରିଥିଲା। ଏହାପରେ ଗତକାଲି ନୃସିଂହଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/Murder-1-1.jpg)