ଭାଇକୁ ଖୋଜୁଛି ଭାଇ | Odisha Reporter
Advertisment
ଦୀର୍ଘ ୧୪ ବର୍ଷ ପରେ ଘରକୁ ଫେରିଥିଲେ। ତା ପୁଣି ନିଜ ମା’ଙ୍କର ଶେଷକୃତ୍ୟ ପାଇଁ। ଆଉ ଏହା ହିଁ ହେଲା ତାଙ୍କର ଶେଷ ଯାତ୍ରା। ସଂଧ୍ୟାରେ ମା’ଙ୍କର ଶେଷକୃତ୍ୟ ସାରି ଚେନ୍ନାଇ ଯିବାକୁ ବାଲେଶ୍ୱରରେ ବସିଥିଲେ। କରମଣ୍ଡଳ ଦୁର୍ଘଟଣା ହୋଇଥିବା କଥା ଜାଣିବା ପରେ ଭାଇର ମୋବାଇଲକୁ ଫୋନ କରିଥିଲେ ପରିବାର ଲୋକେ। ମୋବାଇଲ ରିଙ୍ଗ ହେଉଥିଲା। ହେଲେ ଭାଇ ଉଠାଉ ନଥିଲେ। କିଛି ସମୟ ପରେ ମୋବାଇଲ ଅନ୍ୟ ଜଣେ ଉଠାଇ କହିଥିଲେ କି ଭାଇର ମୃତ୍ୟୁ ହୋଇ ଯାଇଛି। ଏବେ ଏ ହସ୍ପିଟାଲରୁ ସେ ହସ୍ପିଟାଲରେ ମୃତ ଦେହକୁ ଖୋଜୁଛନ୍ତି ପରିବାର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us