Advertisment

କାଳ ରବିବାର! ଗତ ରବିବାର ମହାନଦୀ ନେଇଥିଲା, ଆଜି ସାଲୁଙ୍କୀ ନେଇଗଲା

ଫୁଲବାଣୀ (ତ୍ରିନାଥ ସାହୁ): କାଳ ରବିବାର! ଗତ ରବିବାର ମହାନଦୀ ତିନି ତିନିଟି ଜୀବନ ନେଇଥିବା ବେଳେ ଆଜି ସାଲୁଙ୍କୀ ନଦୀ ନେଇଛି ଆଉ ଦୁଇ ଜୀବନ। ଦୁଇ ସମ୍ପର୍କୀୟା ଭାଇ ଭଉଣୀଙ୍କୁ ଜନ ସମାଧି ଦେଇଛି ସାଲୁଙ୍କୀ। ଗାଧୋଇବା ବେଳେ ଭାଇ ଓ ଭଉଣୀ ବୁଡ଼ି ଯାଇଛନ୍ତି। ଆଜି ଏପରି ହୃଦୟବିଦାରକ ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି।   ଟିକାବାଲି ଥାନା ଛତିଝର ଗାଁର ଯୁଧିଷ୍ଠିର ଦେହୁରୀଙ୍କ ପୁଅ ସତ୍ୟଜିତ(୫) ଓ ପ୍ରଶାନ୍ତ ଦେହୁରୀଙ୍କ ଝିଅ ଜ୍ୟେତିଷ(୪) […]

author-image
Manoranjan Sial
ଅଦ୍ୟତନ ହୋଇଛି
କାଳ ରବିବାର! ଗତ ରବିବାର ମହାନଦୀ ନେଇଥିଲା, ଆଜି ସାଲୁଙ୍କୀ ନେଇଗଲା

Phulbani

ଫୁଲବାଣୀ (ତ୍ରିନାଥ ସାହୁ): କାଳ ରବିବାର! ଗତ ରବିବାର ମହାନଦୀ ତିନି ତିନିଟି ଜୀବନ ନେଇଥିବା ବେଳେ ଆଜି ସାଲୁଙ୍କୀ ନଦୀ ନେଇଛି ଆଉ ଦୁଇ ଜୀବନ। ଦୁଇ ସମ୍ପର୍କୀୟା ଭାଇ ଭଉଣୀଙ୍କୁ ଜନ ସମାଧି ଦେଇଛି ସାଲୁଙ୍କୀ। ଗାଧୋଇବା ବେଳେ ଭାଇ ଓ ଭଉଣୀ ବୁଡ଼ି ଯାଇଛନ୍ତି। ଆଜି ଏପରି ହୃଦୟବିଦାରକ ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି।  

Advertisment

ଟିକାବାଲି ଥାନା ଛତିଝର ଗାଁର ଯୁଧିଷ୍ଠିର ଦେହୁରୀଙ୍କ ପୁଅ ସତ୍ୟଜିତ(୫) ଓ ପ୍ରଶାନ୍ତ ଦେହୁରୀଙ୍କ ଝିଅ ଜ୍ୟେତିଷ(୪) ସବୁ ଦିନ ପରି ଆଜି ଗାଧୋଇବା ପାଇଁ ସାଲୁଙ୍କୀ ନଦୀକୁ ଯାଇଥିଲେ। ଗାଧୋଇଲା ବେଳେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଯାହାଫଳରେ ଉଭୟ ବୁଡ଼ି ଯାଇଥିଲେ। ସେଠାରେ ଗାଧଉଥିବା ଅନ୍ୟ ଲୋକମାନେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟିକାବାଲି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଭାଇ ଓ ଭଉଣୀଙ୍କ ମୃତ୍ୟୁରେ ଦୁଇ ପରିବାରରେ ଶୋକର ଛାୟା ଖେଳି ଯାଇଛି।

Mahanadi Mishap