ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଧରା ପଡ଼ିଲା ଧଳା ଜହର କାରବାର। ଆଜି ସକାଳୁ STF ର ଏକ ସ୍ୱତନ୍ତ୍ର ଟିମ୍ ଜଳେଶ୍ୱରରରେ ଚଢ଼ାଉ କରି ୮୦୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଜଣକୁ ଗିରଫ କରିଛି । ତେବେ ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ହେବ ବୋଲି କୁହାଯାଉଛି ।
ପୂର୍ବ ଯୋଜନା ମୁତାବକ, STF ର ଏକ ସ୍ୱତନ୍ତ୍ର ଟିମ୍ ଆଜି ସକାଳୁ ସକାଳୁ ସେକବାଡ଼ ଅଞ୍ଚଳରେ ଚଢ଼ାଉ ଏସ୍.କେ ନାସିନ ନାମକ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୮୦୦ ଗ୍ରାମ ବ୍ରାଉନସୁଗର ମଧ୍ୟ ଜବତ ହୋଇଛି। ହେଲେ ଏହି ବ୍ରାଉନସୁଗର କେଉଁଠୁ ଆସିଲା, କେଉଁଠିକୁ ଯାଇଥାନ୍ତା ତଥା ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେ ସମ୍ପର୍କରେ କିଛି ସୂଚନା ମିଳିନି। ଏସ୍.କେ ନାସିନ ଏହି କାରବାରରେ କେବେଠୁ ସମ୍ପୃକ୍ତ ସେ ସମ୍ପର୍କରେ ମଧ୍ୟ କିଛି ସୂଚନା ମିଳି ନ ଥିବା ଜଣାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।