ବଢ଼ିଆ ଚାକିରି ! ବ୍ରାଉନ୍‌ସୁଗାର ବିକିଲେ ମାସକୁ ମିଳୁଛି ୫ ହଜାର !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରାଉନ୍‌ସୁଗାର ବିକିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଛୋଟ ପିଲାଙ୍କୁ ଚାକିରି ଦିଆଯାଉଛି। ଏଥିପାଇଁ ସେମାନଙ୍କୁ ମାସକୁ ମିଳୁଛି ୫୦୦୦ ଟଙ୍କା ଦରମା। କଥାଟି ଆପଣଙ୍କୁ ଅବିଶ୍ୱାସ ଲାଗୁଥିଲେ ମଧ୍ୟ, ଏହା ସମ୍ପୂର୍ଣ୍ଣ ସତ। ଆଜି ହଳଦି ପଡ଼ିଆ ବସ୍ତିରୁ ଗିରଫ ଜଣେ ବ୍ରାଉନ୍‌ସୁଗାର ବେପାରୀଠାରୁ ଅବକାରୀ ବିଭାଗକୁ ମିଳିଛି ଏମିତି ଚାଞ୍ଚଲ୍ୟକର ତଥ୍ୟ। ଯାହାକୁ ନେଇ ଅବକାରୀ ବିଭାଗ ଖୋଳତାଡ଼ ଆରମ୍ଭ କରିଛି। ଆଜି ପୁଣି ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର […]

brown

brown

Manoranjan Sial
  • Published: Saturday, 01 September 2018
  • Updated: 01 September 2018, 03:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରାଉନ୍‌ସୁଗାର ବିକିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଛୋଟ ପିଲାଙ୍କୁ ଚାକିରି ଦିଆଯାଉଛି। ଏଥିପାଇଁ ସେମାନଙ୍କୁ ମାସକୁ ମିଳୁଛି ୫୦୦୦ ଟଙ୍କା ଦରମା। କଥାଟି ଆପଣଙ୍କୁ ଅବିଶ୍ୱାସ ଲାଗୁଥିଲେ ମଧ୍ୟ, ଏହା ସମ୍ପୂର୍ଣ୍ଣ ସତ। ଆଜି ହଳଦି ପଡ଼ିଆ ବସ୍ତିରୁ ଗିରଫ ଜଣେ ବ୍ରାଉନ୍‌ସୁଗାର ବେପାରୀଠାରୁ ଅବକାରୀ ବିଭାଗକୁ ମିଳିଛି ଏମିତି ଚାଞ୍ଚଲ୍ୟକର ତଥ୍ୟ। ଯାହାକୁ ନେଇ ଅବକାରୀ ବିଭାଗ ଖୋଳତାଡ଼ ଆରମ୍ଭ କରିଛି।

ଆଜି ପୁଣି ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ବିହାରୀ ଯୁବକ ସଞ୍ଜିବ ଲାଲକୁ ଗିରଫ କରିଛି। ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରୁ ସପ୍ଲାୟର୍‌ ଆସି ଏଟି ମାଲ୍‌ ଦେଇଥିବା ସେ ଅବକାରୀ ଅଧିକାରୀଙ୍କୁ ଜଣାଇଛି।

ବ୍ରାଉନ୍‌ସୁଗାର କାରବାର ସେ ନିଜେ କରିବା ସହ ଏହି ସାଂଘାତିକ ଅପରାଧରେ ଛୋଟ ପିଲାଙ୍କୁ ମଧ୍ୟ ସାମିଲ କରିଛି। ୩ରୁ ଅଧିକ ଛୋଟ ପିଲାଙ୍କୁ ମାସିକ ୫ ହଜାର ଟଙ୍କା ଦେଇ ବ୍ରାଉନସୁଗାର କାରବାରରେ ଲଗାଯାଇଛି। ଗୋଟିଏ ପୁଡିଆକୁ ୧୦୦ ଟଙ୍କାରେ କିଣି ଏହାକୁ ୩୫୦ ଟଙ୍କାରେ ବିକ୍ରି କରୁଥିଲା ବୋଲି ସେ ଅବକାରୀ ଅଧିକାରୀଙ୍କୁ କହିଛି।

ଗିରଫ ଯୁବକଠାରୁ କିଛି ଚୋରା ବ୍ରାଉନସୁଗାର ବେପାରୀଙ୍କ ତଥ୍ୟ ସଂଗ୍ରହ କରିଛନ୍ତି ଅବକାରୀ ବିଭାଗ। ସେ ଆଜି ଲକ୍ଷ୍ମୀସାଗର ହଳଦୀ ପଡ଼ିଆସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଧରା ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos