/odisha-reporter/media/post_attachments/uploads/2022/06/Brown.jpg)
Brown
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସର୍ବଦା ଜନଗହଳି ଲାଗି ରହିଥିବା ରାଜଧାନୀ ଭୁବନେଶ୍ୱରର ଏମ୍ସ ନିକଟରେ ବ୍ରାଉନସୁଗର ବିକ୍ରି ନିମନ୍ତେ ଡିଲ କରୁଥିଲେ ଅପରାଧୀ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍(ସ୍ପେଶାଲ ଟାକ୍ସ ଫୋର୍ସ)।
ଗତକାଲି ବିଳମ୍ବିତ ରାତିରେ ଏହି ଡିଲ ହେଉଥିଲା। ଗିରଫ ଅଭିଯୁକ୍ତଙ୍କ ଠାରୁ ୨ କେଜି ୫୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୨.୫କୋଟି ଟଙ୍କା ହେବ।
ଗିରଫ ବ୍ରାଉନ ସୁଗାର ବେପାରୀ ହେଲେ ଭାଗୀରଥି ଭଟ୍ଟ, ଚନ୍ଦନ ମଳିକ ଓ ବିଶ୍ୱଜିତ୍ ନାୟକ। ସେମାନଙ୍କ ଘର ଯଥାକ୍ରମେ ଖୋର୍ଦ୍ଧା ଜିଲ୍ଲା ରଣସିଂହପୁର, ଖଣ୍ଡଗିରି ଓ ବାଲିପାଟଣା।
ଏହି ଅଭିଯୁକ୍ତମାନେ ଏତେ ପରିମାଣର ବ୍ରାଉନ ସୁଗାର କେଉଁଠୁ ଆଣିଲେ, କାହାକୁ ଦେଇଥାନ୍ତେ ଓ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ଏସଟିଏଫ୍ ଖୋଳତାଡ଼ କରୁଛି। ଜଳେଶ୍ୱରର ସେକ ସମିରୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ବ୍ରାଉନସୁଗାର ଆଣି ଅଭିଯୁକ୍ତମାନେ ରାଜଧାନୀ ବିଭିନ୍ନ ସ୍ଥାନରେ ବିକ୍ରି କରୁଥିବା ତଦନ୍ତରୁ ଜଣାପଡ଼ିଛି। ରାଜଧାନୀର ସମ୍ବେଦନଶୀଳ ଅଞ୍ଚଳରେ ଧଳାଜହର କାରବାର ହେବା ଏବେ ସାଧାରଣରେ ଉଦବେଗର ବିଷୟ ହୋଇଛି।
ସୂଚନା ଥାଉକି,୨୦୨୦ରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ସ୍ପେଶାଲ ଡ୍ରାଇଭ୍ କରି ୫୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ କଲାଣି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
