Advertisment

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ହାବେଳିପଡ଼ିଆରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ପ୍ରାୟ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ନାଁ ସିଦ୍ଧାର୍ଥ ନାୟକ ଓରଫ ସିଦ୍ଧୁ (୨୩)। ତାଙ୍କ ଘର ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ କମନବର ହରିଜନ ସାହି ଅଞ୍ଚଳରେ। କୌଣସି ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍ ଗତକାଲି ହାବେଳିପଡ଼ିଆରେ ଚଢ଼ାଉ କରିଥିଲା। ଚଢ଼ାଉବେଳେ ସିଦ୍ଧାର୍ଥଙ୍କ ଠାରୁ ୧କେଜି ୧୫୦ ଗ୍ରାମର ବ୍ରାଉନସୁଗର ଜବତ […]

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

Accused

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ହାବେଳିପଡ଼ିଆରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ପ୍ରାୟ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ନାଁ ସିଦ୍ଧାର୍ଥ ନାୟକ ଓରଫ ସିଦ୍ଧୁ (୨୩)। ତାଙ୍କ ଘର ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ କମନବର ହରିଜନ ସାହି ଅଞ୍ଚଳରେ।

Advertisment

କୌଣସି ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍ ଗତକାଲି ହାବେଳିପଡ଼ିଆରେ ଚଢ଼ାଉ କରିଥିଲା। ଚଢ଼ାଉବେଳେ ସିଦ୍ଧାର୍ଥଙ୍କ ଠାରୁ ୧କେଜି ୧୫୦ ଗ୍ରାମର ବ୍ରାଉନସୁଗର ଜବତ କରିଥିଲା। ଏହା ସହିତ ଏକ ଦାମୀ ବାଇକ୍ ଓ ଅନ୍ୟ କିଛି ସାମଗ୍ରୀ ଜବତ କରିଛି ଏସ୍‌ଟିଏଫ୍‌। ଏସ୍‌ଟିଏଫ୍ ପକ୍ଷରୁ ଏହି ମାମଲାର ଅଧିକ ତଦନ୍ତ କରାଯାଉଛି।

ତିନି-ଚାରି ଦିନ ତଳେ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରୁ କମିଶନରେଟ୍ ପୁଲିସ୍ ସହାୟତାରେ ଏସ୍‌ଟିଏଫ ଉମେଶ ବେହେରା ନାମକ ଜଣେ ଯୁବକଙ୍କୁ ଗିରଫ କରିବା ସହିତ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ କରିଥିଲା।

Advertisment

୨୦୨୦ ମସିହାରୁ ଏସ୍‌ଟିଏଫ୍‌ ପକ୍ଷରୁ ଏଭଳି ଅଭିଯାନ ଜାରି ରହିଛି। ଏସ୍‌ଟିଏଫ୍ ଏଯାବତ୍ ୫୯ କେଜି ବ୍ରାଉନସୁଗର/ହେରୋଇନ, ୨୦୨ ଗ୍ରାମ କୋକେନ,୧୧୧ କ୍ୱିଣ୍ଟାଲ ଗଞ୍ଜେଇ ଓ ୭୫୦ ଗ୍ରାମ ଅଫିମ ଜବତ କରିଛି। ଏହା ସହିତ ଏସବୁ ମାମଲାରେ ୧୬୦ ଜଣଙ୍କୁ ଗିରଫ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe