Brutal murder
କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି! ଜଣେ ବ୍ୟକ୍ତି ଗାଧୋଇବାକୁ ଯିବା ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଗଳା କାଟି ହତ୍ୟା କରିଛି! ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତକ ୫୦ ବର୍ଷୀୟ ମହେଶ୍ୱର ମାଝୀ, ତାଙ୍କ ଘର ଝିଞ୍ଜିରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗଡମା ଗ୍ରାମରେ ବୋଲି ଜଣାପଡ଼ିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କ ଶବ ଜବତ କରିବା ସହିତ ଏହି ବୀଭତ୍ସ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ରାତ୍ର ପ୍ରାୟ ୮ଟା ସମୟରେ ମହେଶ୍ୱର ନିଜ ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ବୁଡ଼ାକୁଆ ଚୁଆକୁ ଗାଧୋଇବା ପାଇଁ ଯିବା ବାଟରେ ମୁଲୁପାଟା ଠାରେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି, ଗଳା କାଟି ହତ୍ୟା କରି ସେଠାରେ ହିଁ ତାଙ୍କର ମୃତ ଦେହ ପକାଇଦେଇଥିଲେ।
ଏହି ଖବର ବ୍ରାହ୍ମଣୀଗାଁ ଥାନା ପୁଲିସ ପାଇବା ପରେ ଥାନାଧିକାରୀ ଚାପଧାରୀ ପ୍ରଧାନ ସାଇଣ୍ଟିଫିକ ଟିମ ଏବଂ ଅନୁସନ୍ଧାନୀ କୁକୁର ସହିତ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମହେଶ୍ୱରଙ୍କଚୁ କିଏ ଏବଂ କାହିଁକି ଏଭଳି ହତ୍ୟା କରିଛି, ସେ ନେଇଁ ବର୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1688537197.jpg)