Advertisment

Teacher Eligibility Test: ଜାନୁଆରୀ ୨୦ରେ OSSTET

ଆଜିଠାରୁ ଡିସେମ୍ବର ୧୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଆବେଦନ କରିହେବ। କୌଣସି ପରିସ୍ଥିତିରେ ଆବେଦନର ଶେଷ ତାରିଖକୁ ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

author-image
Jitendra Garnayak
BSE

ଆସନ୍ତା ଜାନୁଆରୀ ୨୦ରେ ଅନୁଷ୍ଠିତ ହେବ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET)- ୨୦୨୫। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ବିଜ୍ଞପ୍ତି ଜାରି କରିଛି।

Advertisment

OSSTET ପାଇଁ ଅନ୍‌ଲାଇନରେ ଆବେଦନ କରିବାକୁ ପଡ଼ିବ। ଏଥିପାଇଁ BSEର ୱେବସାଇଟ୍‌ www.bseodisha.ac.in କୁ ଯିବାକୁ ପଡ଼ିବ। ଆଜିଠାରୁ ଡିସେମ୍ବର ୧୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଆବେଦନ କରିହେବ। କୌଣସି ପରିସ୍ଥିତିରେ ଆବେଦନର ଶେଷ ତାରିଖକୁ ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।  

ଅନ୍‌ଲାଇନ ପଞ୍ଜୀକରଣ ସଂପର୍କିତ ସମସ୍ତ ସୂଚନା ସହିତ କେଉଁମାନେ ଆବେଦନ କରିପାରିବେ, ସେ ନେଇ BSEର ୱେବସାଇଟ୍‌ରେ ସମସ୍ତ ତଥ୍ୟ ରହିଥିବା ବିଜ୍ଞପ୍ତିରେ କୁହାଯାଇଛି।

Advertisment

ଅନ୍‌ଲାଇନ ପଞ୍ଜୀକରଣରେ ପ୍ରାର୍ଥୀମାନେ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ, ଠିକଣା, ଜାତି ଓ ବିଷୟ ଆଦି ସଂପର୍କରେ ଥରେ ତଥ୍ୟ ଦେବା ପରେ ତାକୁ ଆଉ ପରିବର୍ତ୍ତନ କରି ହେବ ନାହିଁ। ସେହିପରି ଯଦି କୌଣସି ପ୍ରାର୍ଥୀ ଭୁଲ୍ ତଥ୍ୟ ଦିଅନ୍ତି, ତା’ହେଲେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ବା ତାଙ୍କ ପରୀକ୍ଷା ଫଳକୁ ବାତିଲ କରିଦିଆଯିବ ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।