Advertisment

କୋରାପୁଟରେ ବିଏସ୍‌ଏଫ୍‌ ଆଇଜି; ଯବାନଙ୍କୁ ଦେଲେ ଟିପ୍ସ

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ବର୍ଷା ଋତୁରେ ନକ୍ସଲ ଅପରେଶନ୍‌ କେମିତି କରାଯିବ? ବର୍ଷା ସମୟରେ ରକ୍ତ ମୁଖା ନକ୍ସଲଙ୍କ ଗତିବିଧି ଉପରେ କେମିତି ନଜର ରଖାଯିବ? ନିଜେ ସୁରକ୍ଷିତ ରହିବା ସହିତ କେମିତି ନକ୍ସଲଙ୍କ ମୁକାବିଲା କରାଯିବ? ନକ୍ସଲ ପ୍ରବଣ କୋରାପୁଟ ଜିଲ୍ଲାରେ ନିୟୋଜିତ ଯବାନଙ୍କୁ ଏନେଇ ଟିପ୍ସ ଦେଇଛନ୍ତି ବିଏସ୍‌ଏଫ୍‌ ଆଇଜି ଅପରେଶନ୍‌ ସତୀଶ ଚନ୍ଦ୍ର ବୁଡାକୋଟି। ବିଏସ୍‌ଏଫ୍‌ ଆଇଜି ଅପରେଶନ୍‌ ସତୀଶ ଚନ୍ଦ୍ର ବୁଡାକୋଟି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି କୋରାପୁଟରେ ପହଞ୍ଚିଛନ୍ତି। ସେ […]

author-image
Manoranjan Sial
ଅଦ୍ୟତନ ହୋଇଛି
କୋରାପୁଟରେ ବିଏସ୍‌ଏଫ୍‌ ଆଇଜି; ଯବାନଙ୍କୁ ଦେଲେ ଟିପ୍ସ

BSF

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ବର୍ଷା ଋତୁରେ ନକ୍ସଲ ଅପରେଶନ୍‌ କେମିତି କରାଯିବ? ବର୍ଷା ସମୟରେ ରକ୍ତ ମୁଖା ନକ୍ସଲଙ୍କ ଗତିବିଧି ଉପରେ କେମିତି ନଜର ରଖାଯିବ? ନିଜେ ସୁରକ୍ଷିତ ରହିବା ସହିତ କେମିତି ନକ୍ସଲଙ୍କ ମୁକାବିଲା କରାଯିବ? ନକ୍ସଲ ପ୍ରବଣ କୋରାପୁଟ ଜିଲ୍ଲାରେ ନିୟୋଜିତ ଯବାନଙ୍କୁ ଏନେଇ ଟିପ୍ସ ଦେଇଛନ୍ତି ବିଏସ୍‌ଏଫ୍‌ ଆଇଜି ଅପରେଶନ୍‌ ସତୀଶ ଚନ୍ଦ୍ର ବୁଡାକୋଟି

Advertisment

ବିଏସ୍‌ଏଫ୍‌ ଆଇଜି ଅପରେଶନ୍‌ ସତୀଶ ଚନ୍ଦ୍ର ବୁଡାକୋଟି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି କୋରାପୁଟରେ ପହଞ୍ଚିଛନ୍ତି। ସେ ଆଇଜି ମଦନ ଲାଲ, ଡିଆଜି ବିଏସ୍‌ଏଫ୍‌ ସେକ୍ଟର କୋରାପୁଟଙ୍କ ସହ ବିଏସ୍‌ଏଫ୍‌ର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ପରେ କୋରାପୁଟ, କୁମ୍ବାରିପୁଟ, କୁମ୍ବାରୀ, ବନ୍ଧୁଗାଁ ନାରାୟଣପାଟନା, ପୋଡାପଦର, ପାଲ୍ଲୁର ଓ ଲକ୍ଷ୍ମୀପୁରରେ ଥିବା ବିଏସ୍ଏଫ୍ କ୍ୟାମ୍ପ ପରିଦର୍ଶନ କରିଥିଲେ। ବିଏସ୍ଏଫ୍ ଓଡ଼ିଶା-ଆନ୍ଧ୍ର ସୀମାରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛି। ଏହି ସମୟରେ ସତୀଶ ଚନ୍ଦ୍ର ବୁଡାକୋଟି ଯବାନମାନଙ୍କୁ ଟିପ୍ସ ଦେଇଥିଲେ।

ଅନ୍ୟପକ୍ଷରେ ନକ୍ସଲଙ୍କ ନାଲି ଆଖିକୁ ଖାତିର ନକରି ରାଜ୍ୟ ସରକାରଙ୍କ ବିକାଶ ଓ ପ୍ରଗତିର ରାସ୍ତାକୁ ବାଛିଛନ୍ତି ମାଲକାନଗିରି ସ୍ୱାଭିମାନ ଅଞ୍ଚଳବାସୀ। ପ୍ରାୟ ଦେଢ଼ ଶହରୁ ଅଧିକ ମିଲିସିଆ (ନକ୍ସଲ ସମର୍ଥକ) ଆଜି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସେମାନେ ଆଜି ପୁଲିସ୍ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। କୌଣସି ପରିସ୍ଥିତିରେ ନକ୍ସଲଙ୍କ ସହଯୋଗ କରିବେ ନାହିଁ ବୋଲି ସେମାନେ ଶପଥ ନେଇଛନ୍ତି। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବାରୁ ମିଲିସିଆଙ୍କୁ ସ୍ୱାଗତ କରିଛନ୍ତି ମାଲକାନଗିରି ଏସ୍‌ପି ନିଖିଲ ୱାଦୱାନି ଓ BSF ଡିଆଇଜି ଏସ୍‌.କେ. ସିଂହ୍ନା।

Advertisment