Advertisment

TMCରୁ ବିଏସ୍ଏଫ୍ ଯବାନ ଫେରାର

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ପଲିଟେକନିକ୍‌ TMCରୁ ଜଣେ କରୋନା ଆକ୍ରାନ୍ତ ବିଏସ୍ଏଫ୍ ଯବାନ ଫେରାର ହୋଇଯାଇଛନ୍ତି। ଫେରାର ଯବାନଙ୍କ ଘର ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବୋଲି ସୂଚନା ମିଳିଛି। ଗତ ୨୪ ତାରିଖରେ ଯବାନଜଣକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ୩୦ ତାରିଖରେ ସୁସ୍ଥ ହେବା ପରେ ମଧ୍ୟ ଯବାନଙ୍କୁ ଛଡ଼ା ନ ଯାଇ ଟିଏମ୍‌ସିରେ ରଖାଯାଇଥିଲା। ଏହାପରେ ସେ ଘରକୁ ଯିବାକୁ ଛୁଟି ମାଗିବାରୁ ଛୁଟି ମିଳି […]

author-image
Niharika Rout
ଅଦ୍ୟତନ ହୋଇଛି
TMCରୁ ବିଏସ୍ଏଫ୍ ଯବାନ ଫେରାର

corona-7

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ପଲିଟେକନିକ୍‌ TMCରୁ ଜଣେ କରୋନା ଆକ୍ରାନ୍ତ ବିଏସ୍ଏଫ୍ ଯବାନ ଫେରାର ହୋଇଯାଇଛନ୍ତି। ଫେରାର ଯବାନଙ୍କ ଘର ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବୋଲି ସୂଚନା ମିଳିଛି।

Advertisment

ଗତ ୨୪ ତାରିଖରେ ଯବାନଜଣକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ୩୦ ତାରିଖରେ ସୁସ୍ଥ ହେବା ପରେ ମଧ୍ୟ ଯବାନଙ୍କୁ ଛଡ଼ା ନ ଯାଇ ଟିଏମ୍‌ସିରେ ରଖାଯାଇଥିଲା। ଏହାପରେ ସେ ଘରକୁ ଯିବାକୁ ଛୁଟି ମାଗିବାରୁ ଛୁଟି ମିଳି ନ ଥିଲା। ଏହାପରେ ଯବାନଜଣଙ୍କ ୧୦ ତାରିଖରେ ସେଣ୍ଟରରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି।

ଏନେଇ ବିଏସ୍ଏଫ୍ ପକ୍ଷରୁ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଖୋଜାଖୋଜି କରୁଥିଲେ ମଧ୍ୟ ତାଙ୍କ ସନ୍ଧାନ ପାଇପାରି ନାହିଁ।

Advertisment
TMC