Advertisment

Budget Session: ୧୭ରୁ ୨୮ଦିନିଆ ବିଧାନସଭା ଅଧିବେଶନ, ୨୦ରେ ରାଜ୍ୟ ବଜେଟ୍‌

ବିଧାନସଭାର ୨୮ଦିନିଆ ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ବସିବ । ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ୧୭ରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ । ଫେବୃୟାରୀ ୨୫ରୁ ମାର୍ଚ୍ଚ ୮ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ରହିବ । ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଡଃ କମ୍ଭମପାଟି ଗୃହରେ ଅଭିଭାଷଣ ରଖିବେ ।

Assembly-Odisha
Advertisment

ଓଡ଼ିଶା ବିଧାନସଭାର ୨୮ଦିନିଆ ବଜେଟ୍ ଅଧିବେଶନ ଆସନ୍ତା ୧୭ତାରିଖରୁ ଆରମ୍ଭ ହେବ । ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଫେବୃୟାରୀ ୨୦ତାରିଖରେ ଗୃହରେ ଉପସ୍ଥାପିତ ହେବ । ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟ୍ଟିଙ୍କ ଅଭିଭାଷଣରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ବିଧାନସଭାର ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଫେବୃୟାରୀ ୧୭ରୁ ୨୪ ଓ ମାର୍ଚ୍ଚ ୯ରୁ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଧିବଦ୍ଧ କାର୍ଯ୍ୟସୂଚୀ ଜାରି ହୋଇଛି ।

Advertisment

ଫେବୃୟାରୀ ୨୦ରେ ବାର୍ଷିକ ବଜେଟ୍ , ମାର୍ଚ୍ଚ ୩୧ରେ ବ୍ୟୟମଞ୍ଜୁରୀ ବିଲ୍‌

ରାଜ୍ୟ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବୃୟାରୀ ୨୦ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । କ୍ରମାଗତ ତୃତୀୟଥର ପାଇଁ ଶ୍ରୀ ମାଝୀ ବିଧାନସଭାରେ ବାର୍ଷିକ ବଜେଟ୍ ଆଗତ କରିବେ । ବଜେଟ୍ ଉପରେ ଫେବୃୟାରୀ ୨୩ ଓ ୨୪ତାରିଖ ଦୁଇଦିନ ଧରି ସାଧାରଣ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ବଜେଟରେ ଗ୍ରାମାଂଚଳର ଭିତ୍ତିଭୂମି ବିକାଶ ସମେତ ସାମାଜିକ କଲ୍ୟାଣ ଆଦି ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ ବୋଲି ଜଣାପଡ଼ିଛି । ଚଳିତଥର ରାଜ୍ୟ ବଜେଟ୍ ପରିମାଣ ୩ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଆକଳନ ହୋଇଛି । ବଜେଟକୁ ଗୃହର ଅନୁମୋଦନ ପାଇଁ ମାର୍ଚ୍ଚ ୩୧ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଛି ।

ଦୁଇଟି ପର୍ଯ୍ୟାୟରେ ହେବ ବଜେଟ୍ ଅଧିବେଶନ

ବିଧାନସଭାର ୨୮ଦିନିଆ ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ବସିବ । ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ୧୭ରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ । ଫେବୃୟାରୀ ୨୫ରୁ ମାର୍ଚ୍ଚ ୮ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ରହିବ । ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଡଃ କମ୍ଭମପାଟି ଗୃହରେ ଅଭିଭାଷଣ ରଖିବେ । ଫେବୃଆରୀ ୧୮ ଓ ୧୯ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇ ତା’ଉପରେ ଆଲୋଚନା କରାଯିବ ।

Advertisment

 ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ବସିବାର କାର୍ଯ୍ୟକ୍ରମ ରହିଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭର ପ୍ରଥମଦିନରେ ବିିଭିନ୍ନ ବିଭାଗୀୟ ସ୍ଥାୟୀ କମିଟିର ରିପୋର୍ଟ ଉପସ୍ଥାପନ ସହ ମାର୍ଚ୍ଚ ୧୦ରୁ ୩୦ତାରିଖ ପର୍ଯ୍ୟନ୍ତ ବିଭାଗୀୟ ଖର୍ଚ୍ଚଦାବି ଉପରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି ।

ସରଗରମ ହେବ ବଜେଟ୍ ଅଧିବେଶନ

ବଜେଟ୍ ଅଧିବେଶନ ସରଗରମ ହେବାର ସମ୍ଭାବନା ରହୌିଛି । ଅଧିବେଶନ ସମୟରେ ରାଜ୍ୟସଭା ନିର୍ବାଚନ ଥିବାବେଳେ ଶାସକ ଓ ବିରୋଧୀ ମୁହାଁମୁହିଁ ହେବାର ଆଶଙ୍କା ରହିଛି । ତା’ଛଡ଼ା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଯଥା- ଧାନ ବିକ୍ରି, ଚାଷୀ ଓ ବେକାର ସମସ୍ୟା, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର, ଆଇନଶୃଙ୍ଖଳା ଆଦି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ନିଜର ସ୍ୱର ଶାଣିତ କରିବେ ବୋଲି ଆକଳନ କରାଯାଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe