Advertisment

୨୫ରୁ ବିଧାନସଭା ଅଧିବେଶନ; ୩୦ରେ ଆଗତ ହେବ ବଜେଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦ ତାରିଖରେ ଆଗତ ହେବ ରାଜ୍ୟ ବଜେଟ। ତେବେ କୋଭିଡ କାଳରେ କେଉଁ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ, କିପରି ରହିବ ବଜେଟର ରୂପରେଖ ତାହା ଉପରେ ସମସ୍ତଙ୍କ ନଜର। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ  ପାତ୍ର କହିଛନ୍ତି, ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ୩୧ ତାରିଖ […]

author-image
Niharika Rout
ଅଦ୍ୟତନ ହୋଇଛି
୨୫ରୁ ବିଧାନସଭା ଅଧିବେଶନ; ୩୦ରେ ଆଗତ ହେବ ବଜେଟ

odisha assembly

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦ ତାରିଖରେ ଆଗତ ହେବ ରାଜ୍ୟ ବଜେଟ। ତେବେ କୋଭିଡ କାଳରେ କେଉଁ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ, କିପରି ରହିବ ବଜେଟର ରୂପରେଖ ତାହା ଉପରେ ସମସ୍ତଙ୍କ ନଜର।

Advertisment

ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ  ପାତ୍ର କହିଛନ୍ତି, ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ୭ ଦିନ ମଧ୍ୟରେ ଗୋଟିଏ ଦିନ ଛୁଟି ରହିବ । ଅନ୍ୟ ୬ ଦିନ କାର୍ଯ୍ୟଦିବସ ରହିବ ।

ଆସନ୍ତା ୨୫ ତାରିଖରେ ରାଜ୍ୟପାଳ ଅଭିଭାଷଣ ଦେବେ, ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ୨୬ରେ ରାଜ୍ୟପାଳଙ୍କ ଭାଷଣ ଉପରେ ଆଲୋଚନା ହେବ । ୨୭ ତାରିଖରେ ନୋ-ମିଟିଙ୍ଗ ଡେ। ୨୮ରେ ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ ।  ୨୯ରେ ସରକାରୀ କାର୍ଯ୍ୟ ଦିବସ । ୩୦ରେ ଅର୍ଥ ମନ୍ତ୍ରୀ ବଜେଟ ଆଗତ କରିବେ। ସେହିଦିନ ଭୋଟ ଅନ୍‌ ଆକାଉଣ୍ଟ ମୋସନ ବା ଲେଖାନୁଦାନ ପ୍ରସ୍ତାବ ଆଗତ ହେବ ଓ ତା’ ଉପରେ ଆଲୋଚନା ଆରମ୍ଭ ହେବ । ୩୧ରେ ଲେଖାନୁଦାନ ଉପରେ ବ୍ୟୟମଞ୍ଜୁରୀ ବିଲ୍‌ ଓ ବଜେଟ ସେସନ ଶେଷ ହେବ ବୋଲି କହିଛନ୍ତି ବାଚସ୍ପତି।

Advertisment

ବଜେଟ ଅଧିବେଶନ ସମୟରେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ଗୃହ ପରିଚାଳନା କରାଯିବ ବୋଲି କହିଛନ୍ତି ବାଚସ୍ପତି।