Advertisment

ବସ୍‌ରେ ପିଟି ହୋଇ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ

କରଞ୍ଜିଆ(ସତ୍ୟବ୍ରତ ବେହେରା): ବସ୍‌ରେ ପିଟି ହେଲା ବାଇକ୍‌। ଫଳରେ ଘଟଣା ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଭାଲୁହୁଡ଼ି ଜଙ୍ଗଲ ନିକଟରେ ଘଟିଛି। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳେ ଠାକୁରମୁଣ୍ଡା ବ୍ଲକ୍‌ ଏଡେଲବେଡ଼ା ଗାଁରେ ତୁରାନ ହୋ କୌଣସି କାମରେ ବାଇକ୍‌ରେ ଯାଉଥିଲେ।  ତେବେ ଭାଲୁହୁଡ଼ି ଜଙ୍ଗଲର ବୁଲାଣି ରାସ୍ତାରେ ତୁରାନ୍‌ ସମ୍ମୁଖରୁ ଆସୁଥିବା ‘ପୂଜାରିଣୀ’ […]

author-image
Jyoshna Pradhan
ବସ୍‌ରେ ପିଟି ହୋଇ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ

accident

କରଞ୍ଜିଆ(ସତ୍ୟବ୍ରତ ବେହେରା): ବସ୍‌ରେ ପିଟି ହେଲା ବାଇକ୍‌। ଫଳରେ ଘଟଣା ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଭାଲୁହୁଡ଼ି ଜଙ୍ଗଲ ନିକଟରେ ଘଟିଛି। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ଆଜି ସକାଳେ ଠାକୁରମୁଣ୍ଡା ବ୍ଲକ୍‌ ଏଡେଲବେଡ଼ା ଗାଁରେ ତୁରାନ ହୋ କୌଣସି କାମରେ ବାଇକ୍‌ରେ ଯାଉଥିଲେ।  ତେବେ ଭାଲୁହୁଡ଼ି ଜଙ୍ଗଲର ବୁଲାଣି ରାସ୍ତାରେ ତୁରାନ୍‌ ସମ୍ମୁଖରୁ ଆସୁଥିବା ‘ପୂଜାରିଣୀ’ ନାମକ ବସ୍‌ର ଗୋଟିଏ ପାର୍ଶ୍ୱରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର୍ ହୋଇ ଯାଇଛି।

ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ମୃତକଙ୍କ ପରିବାରକୁ ବସ୍‌ ମାଲିକଙ୍କ ତରଫରୁ ୧୫୦୦୦ ଟଙ୍କା ଓ ରେଡ୍‌କ୍ରସ ପାଣ୍ଠିରୁ ୫୦୦୦ ଟଙ୍କା ଦିଆଯିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

Advertisment