Advertisment

ଓଲଟି ପଡ଼ିଲା ‘ଅଜୟ ଆଣ୍ଡ୍ ଅଜୟ’ ବସ୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ):ଭଦ୍ରକ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହି ବସ୍‌ ଓଲଟି ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ‘ଅଜୟ ଆଣ୍ଡ୍ ଅଜୟ’ ନାମକ ବସ୍‌ ଆଜି ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିଲା। ବସ୍‌ଟି ୧୬ ନଂ ଜାତୀୟ ରାଜପଥରେ ଭଣ୍ଡାରୀପୋଖରୀ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଓଲଟିଗଲା। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭଣ୍ଡାରିପୋଖରୀ […]

ଅଦ୍ୟତନ ହୋଇଛି
ଓଲଟି ପଡ଼ିଲା ‘ଅଜୟ ଆଣ୍ଡ୍ ଅଜୟ’ ବସ୍‌

Accident

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ):ଭଦ୍ରକ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହି ବସ୍‌ ଓଲଟି ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।

Advertisment

ସୂଚନାଯୋଗ୍ୟ, ‘ଅଜୟ ଆଣ୍ଡ୍ ଅଜୟ’ ନାମକ ବସ୍‌ ଆଜି ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିଲା। ବସ୍‌ଟି ୧୬ ନଂ ଜାତୀୟ ରାଜପଥରେ ଭଣ୍ଡାରୀପୋଖରୀ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଓଲଟିଗଲା। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସମସ୍ତଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅବସ୍ଥା ଗୁରୁତର ହେବାରୁ ୪ ଜଣଙ୍କୁ ଭଦ୍ରକଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Advertisment

ଦୁର୍ଘଟଣାର କାରଣ ଓ ଗାଡିରେ କେତେ ସଂଖ୍ୟକ ଯାତ୍ରୀ ଥିଲେ ସେ ନେଇ କୌଣସି ସ୍ପଷ୍ଠ ସୂଚନା ମିଳି ନାହିଁ । ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି।

Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe