/odisha-reporter/media/post_attachments/uploads/2021/01/bus-5.jpg)
bus
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନମ୍ବର ଜାତୀୟ ରାଜପଥ ମସିନାଗୋରା ନିକଟରେ ‘ଡ଼ଲଫିନ’ ନାମକ ବସ୍ ଆଜି ଭୋରରୁ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ପ୍ରାୟ ୩୮ ଯାତ୍ରୀଙ୍କୁ ନେଇ ବସ୍ଟି କଟକରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
Advertisment
ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ୩୫ ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି। ଆହତମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ଭୋର ଚାରିଟା ସମୟରେ ଏଇ ଦୁର୍ଘଟଣା ଘଟିଛି। ବସଟି କଟକରୁ ରାୟପୁର ଯାଉଥିଲା।ତେବେ ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି। ଏଥିସହ ସୁରକ୍ଷିତ ଥିବା ଯାତ୍ରୀଙ୍କୁ ଅନ୍ୟ ଏକ ବସ୍ ଯୋଗେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
