Advertisment

ଅଧା ରହିଗଲା ନିର୍ବନ୍ଧ, ବାଟ ଜଗିଥିଲା ମୃତ୍ୟୁ: ୧୦ ଜଣଙ୍କର ଜୁଈ ଜଳିଲା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ତପ୍ତପାଣି ଘାଟିର ଛାତିଥରା ଦୁର୍ଘଟଣାକୁ ୧୫ ଦିନ ନପୁରୁଣୁ ଆଉ ଏକ ଲୋମଟାଙ୍କୁରା ବସ୍ ଦୁର୍ଘଟଣା ଘଟିଛି ଗୋଳନ୍ଥରା ଅଞ୍ଚଳରେ। ନିର୍ବନ୍ଧ କାମ ପାଇଁ ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ଘରୋଇ ବସ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ୧୦ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଗୁରୁତର ହୋଇପଡ଼ିଛନ୍ତି ପ୍ରାୟ ୩୦ ଜଣ ଯାତ୍ରୀ । ତେବେ ଏଭଳି ଅଘଟଣ ପାଇଁ ଦାୟୀ କିଏ ? ତାକୁ ନେଇ ଖୋଳତାଡ଼ ଜାରି […]

ଅଦ୍ୟତନ ହୋଇଛି
ଅଧା ରହିଗଲା ନିର୍ବନ୍ଧ, ବାଟ ଜଗିଥିଲା ମୃତ୍ୟୁ: ୧୦ ଜଣଙ୍କର ଜୁଈ ଜଳିଲା

n-9087

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ତପ୍ତପାଣି ଘାଟିର ଛାତିଥରା ଦୁର୍ଘଟଣାକୁ ୧୫ ଦିନ ନପୁରୁଣୁ ଆଉ ଏକ ଲୋମଟାଙ୍କୁରା ବସ୍ ଦୁର୍ଘଟଣା ଘଟିଛି ଗୋଳନ୍ଥରା ଅଞ୍ଚଳରେ। ନିର୍ବନ୍ଧ କାମ ପାଇଁ ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ଘରୋଇ ବସ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ୧୦ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଗୁରୁତର ହୋଇପଡ଼ିଛନ୍ତି ପ୍ରାୟ ୩୦ ଜଣ ଯାତ୍ରୀ । ତେବେ ଏଭଳି ଅଘଟଣ ପାଇଁ ଦାୟୀ କିଏ ? ତାକୁ ନେଇ ଖୋଳତାଡ଼ ଜାରି ରହିଥିବାବେଳେ ପ୍ରାଥମିକ ଭାବେ ବିଦ୍ୟୁତ ବିଭାଗର ଚରମ ଅବହେଳା ସାମ୍ନାକୁ ଆସିଛି।

Advertisment

ବସ୍ ସାଜିଲା ମୃତ୍ୟୁର ବାହକ। ଭୟ ଆଉ ଆତଙ୍କର କୋଳାହଳ ଭିତରେ ଶୋକସନ୍ତପ ସମସ୍ତେ। ଛିନ୍‌ଛତ୍ର ହୋଇପଡ଼ିଛି ଫଳ, ମୂଳ, ମିଠା, ଧୂପ ଦୀପ ସବୁକିଛି। ଜଳିଯାଇଛି କାହାର ପିନ୍ଧା ଚପଲ ତ ଆଉ କାହାର ଛିଣ୍ଡି ପଡ଼ିଛି ପିନ୍ଧା ଲୁଗା। ସମୟ ଅପରାହ୍ନ ପ୍ରାୟ ଗୋଟାଏ। ଅନୁକୂଳ ସମୟ ଦେଖି ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ଗାଁରୁ ଚିକରଡା ଅଭିମୁଖେ ବାହାରିଥିଲେ ଲୋକେ। ଅଶୋକ ନାମକ ଜଣେ ଯୁବକଙ୍କ ନିର୍ବନ୍ଧ ପାଇଁ ସମସ୍ତେ ଏହି ଘରୋଇ ବସ୍‌ରେ ଯାତ୍ରା କରୁଥିଲେ ହସଖୁସିରେ। କିଛି ସମୟ ମଧ୍ୟରେ ପହଞ୍ଚିଥାନ୍ତେ ଚିକରଡ଼ାରେ। କିନ୍ତୁ ବିପଦଜ୍ଜନକ ଭାବେ ଝୁଲିରହିଥିବା ୧୧ କେଭି ବିଦ୍ୟୁତ ତାର ଲାଖିଯାଇଥିଲା ବସ୍ ଉପରେ । ଏହି ସମୟରେ ଜଣେ ମହିଳା ଯାତ୍ରୀ ତଳକୁ ଓହ୍ଲାଇବା କ୍ଷଣି ସାରା ବସ୍‌ରେ ବିଦ୍ୟୁତ ସରବରାହ ହୋଇଥିଲା। ଫଳରେ ଛଟପଟ ହୋଇପଡ଼ିଥିଲେ ସମସ୍ତ ଯାତ୍ରୀ । ତାହାରି ମଧ୍ୟରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ବି ପ୍ରାୟ ୩୦ ଯାତ୍ରୀ ଗୁରୁତର ଅଛନ୍ତି।

ଅଶୋକ ଏବଂ ପଲ୍ଲବୀ । ଉଭୟଙ୍କ ବିବାହ ହୋଇଥାନ୍ତା । ପରମ୍ପରା ଅନୁଯାୟୀ, ଆଜି ନିର୍ବନ୍ଧ ପରେ ଆସନ୍ତାକାଲି ଝିଅ ଘରୁ ବିଦା ହୋଇ ମଙ୍ଗଳବାର ବିବାହ ହୋଇଥାନ୍ତା। ହେଲେ ଏତେବଡ଼ ଖୁସିରେ ମାଡ଼ଇାସିଲା ଦୁଃଖ । ଚିକରଡ଼ାରେ ମାଡ଼ିଯାଇଛି ନିରାଶାର ଛାଇ। ବନ୍ଧୁକୁଟୁମ୍ବ ଆସିବେ ବୋଲି କେତେ କଣ ସାଜସଜ୍ଜା । ସରାଗର ସହ ନାନା ପ୍ରସ୍ତୁତି କରିଥିଲେ ଭାବି କନ୍ୟାଘର।  ହେଲେ ସବୁ ଖୁସି ପାଣି ଫୋଟକା ଭଳି ମିଳାଇ ଯାଇଛି କ୍ଷଣିକରେ।

Advertisment

ଏଠି ପ୍ରଶ୍ନ, ଗାଁ ଭିତରେ ବିପଦଜ୍ଜନକ ଅବସ୍ଥାରେ ୧୧ କେଭି ତାର ଝୁଲୁଥିଲେ ବି କାହିଁକି ଚୁପ୍ ବସିଥିଲା ବିଦ୍ୟୁତ ବିଭାଗ? ଝୁଲନ୍ତା ଅବସ୍ଥାରେ ଥିବା ତାରକୁ ବସ୍ ଡ୍ରାଇଭର ଦେଖିପାରିଲେନି କେମିତି ? ଏନେଇ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ମିଳିତ ତଦନ୍ତ କରୁଥିବାବେଳେ ପରିବହନ ମନ୍ତ୍ରୀ ଏଥିପାଇଁ ବିଦ୍ୟୁତ ବିଭାଗ ସହ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରିଛନ୍ତି। ସେପଟେ ଅଘଟଣ ପରଠୁ ବସ୍‌ର ଡ୍ରାଇଭର ଏବଂ କ୍ଲିନରଙ୍କ କୌଣସି ପତ୍ତା ନାହିଁ।

ମୃତକମାନେ ହେଲେ ବି.ଇରମ୍ମା ରେଡ୍ଡୀ, ବି. ଆଚିମ୍ମା, କେ.ସନ୍ଧ୍ୟା, କାମରାଜୁ ରେଡ୍ଡୀ, ବି. ମୋହିନୀ, ବି.ରମେୟା, ତୁଲାସାମ୍ମା, ସନ୍ତୋଷୀ ସାହୁ, ତରଣ୍ୟା ରେଡ୍ଡୀ। ତେବେ ୯ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌କୁ ପଠାଇ ଦିଆଯାଇଥିଲା। ମେଡିକାଲ୍‌ରେ ପହଞ୍ଚିଲା ବେଳେ ୟୁ. ଦେବରାଜଙ୍କୁ ମୃତ୍ୟୁ ହୋଇଥିଲା। ଏନେଇ ସୂଚନା ଦେଇଛନ୍ତି SCB କର୍ତ୍ତୃପକ୍ଷ।

ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପିଛା ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ଆହତଙ୍କୁ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ତଦନ୍ତ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe