Advertisment

କାଳ ସାଜିଲା କଳିଙ୍ଗା ଘାଟି, ଟୁରିଷ୍ଠ ବସ୍‌ ଓଲଟି ଚାଲିଗଲା ୬ ଜୀବନ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  କଳିଙ୍ଗା ଘାଟିରେ ଏକ ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ୧୫ ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି  ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସ୍‌ଟି ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ଗତକାଲି ଟୁରିଷ୍ଟ ବସ୍‌ଟି ଫୁଲବାଣୀରୁ ପଶ୍ଚିମବଙ୍ଗ ଅଭିମୁଖେ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ […]

author-image
Niharika Rout
ଅଦ୍ୟତନ ହୋଇଛି
କାଳ ସାଜିଲା କଳିଙ୍ଗା ଘାଟି, ଟୁରିଷ୍ଠ ବସ୍‌ ଓଲଟି ଚାଲିଗଲା ୬ ଜୀବନ

bus

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  କଳିଙ୍ଗା ଘାଟିରେ ଏକ ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ୧୫ ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି  ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସ୍‌ଟି ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।

Advertisment

ଗତକାଲି ଟୁରିଷ୍ଟ ବସ୍‌ଟି ଫୁଲବାଣୀରୁ ପଶ୍ଚିମବଙ୍ଗ ଅଭିମୁଖେ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା । ମାତ୍ର ବିଳମ୍ବିତ ରାତିରେ କଳିଙ୍ଗା ଘାଟିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ିଟି ଘାଟିରୁ ତଳକୁ ଖସି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ବସ୍‌ ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି।

ଖବର ପାଇ ତୁରନ୍ତ ଭଞ୍ଜନଗର ଓ ଜି.ଉଦୟଗିରି ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତରଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।  ମୃତାହତ ଯାତ୍ରୀମାନେ ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳର ବୋଲି ଜଣାପ଼ଡ଼ିଛି ।  ମୃତକ ଓ ଗୁରୁତରଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଥିବା ବି ଜଣାଯାଇଛି।

Advertisment

ସୂଚନାଯୋଗ୍ୟ, କଳିଙ୍ଗା ଘାଟି ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ସ୍ପଟ ହୋଇଥିବା ବେଳେ ଉକ୍ତ ଘାଟି ରାସ୍ତା ଦେଇ କିପରି ସୁରକ୍ଷିତ ଭାବେ ଗାଡ଼ି ଚାଳନା କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ଫଳରେ ବାରମ୍ବାର ଉକ୍ତ ଘାଟି ରାସ୍ତାରେ ରାତିର ଅନ୍ଧାରରେ ହିଁ ଘଟୁଛି ଦୁର୍ଘଟଣା ଓ ବହୁ ମୂଲ୍ୟବାନ ଜୀବନ ଦୀପ ଲିଭି ଯାଉଛି।

ଏହି ଦୁର୍ଘଟଣା ଖବର ପାଇ ଗଭୀର ଶୋକବ୍ୟକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଏନେଇ ସେ ଟ୍ୱିଟ କରି କହିଛନ୍ତି, ଓଡ଼ିଶାର କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟି ନିକଟରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ଅନେକ ଲୋକ ମୃତାହତ ହୋଇଥିବା ବିଷୟରେ ଜାଣି ଦୁଃଖିତ ଓ ଗଭୀର ଭାବରେ ମର୍ମାହତ । ଶୋକାସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ।  

Roadaccident Kalinga Ghati