Advertisment

କାଳ ସାଜିଲା କଳିଙ୍ଗା ଘାଟି, ଦାରିଙ୍ଗିବାଡ଼ି ବୁଲି ଫେରିବା ବେଳେ ଘଟିଲା ଦୁର୍ଘଟଣା

ବାଲିଗୁଡ଼ା(ଅଜିତ ନାୟକ): କାଳ ସାଜିଲା କଳିଙ୍ଗା ଘାଟି ।  ଦାରିଙ୍ଗିବାଡ଼ି ବୁଲିବାକୁ ଆସି ଦୁର୍ଘଟଣାର ସମ୍ମୁଖୀନ ହେଲା ଟୁରିଷ୍ଟ ବସ୍‌। ଏହି ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଥିବା ଜଣାଯାଇଛି। ଆହତ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାଯାଇଛି। ସମସ୍ତ ଆହତଙ୍କୁ  ଜି.ଉଦୟଗିରି, ଫୁଲବାଣୀ ଓ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ଗତ ରାତିରେ କନ୍ଧମାଳ ଜିଲ୍ଲା ଗଂଜାମ ଜିଲା ସୀମାନ୍ତ କଳିଙ୍ଗା ଘାଟିରେ ଘଟିଛି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ୬୦ରୁ ଊର୍ଦ୍ଧ୍ୱ […]

author-image
Niharika Rout
ଅଦ୍ୟତନ ହୋଇଛି
କାଳ ସାଜିଲା କଳିଙ୍ଗା ଘାଟି, ଦାରିଙ୍ଗିବାଡ଼ି ବୁଲି ଫେରିବା ବେଳେ ଘଟିଲା ଦୁର୍ଘଟଣା

accident

ବାଲିଗୁଡ଼ା(ଅଜିତ ନାୟକ): କାଳ ସାଜିଲା କଳିଙ୍ଗା ଘାଟି ।  ଦାରିଙ୍ଗିବାଡ଼ି ବୁଲିବାକୁ ଆସି ଦୁର୍ଘଟଣାର ସମ୍ମୁଖୀନ ହେଲା ଟୁରିଷ୍ଟ ବସ୍‌। ଏହି ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଥିବା ଜଣାଯାଇଛି। ଆହତ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାଯାଇଛି। ସମସ୍ତ ଆହତଙ୍କୁ  ଜି.ଉଦୟଗିରି, ଫୁଲବାଣୀ ଓ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ଗତ ରାତିରେ କନ୍ଧମାଳ ଜିଲ୍ଲା ଗଂଜାମ ଜିଲା ସୀମାନ୍ତ କଳିଙ୍ଗା ଘାଟିରେ ଘଟିଛି।

Advertisment

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ ‘ରାଣୀତ’ ନାମକ ଟୁରିଷ୍ଟ ବସ୍‌ରେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ । ଗତକାଲି ଏହି ଯାତ୍ରୀମାନେ ବୁଲାବୁଲି ସାରି ନିଜ ଘର ଅଭିମୁଖେ ବାହୁଡ଼ୁଥିଲେ।  ହେଲେ କଳିଙ୍ଗା ଘାଟିର ଅନ୍ଧରକୋଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ  ବସ୍‌ଟି ଓଲଟି ପଡିଥିଲା । ଏହି  ଦୁର୍ଘଟଣାରେ ୩୦ରୁ  ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି ।

[caption id="attachment_699685" align="aligncenter" width="650"]bus ଦୁର୍ଘଟଣାଗ୍ରସ୍ତ ବସ୍‌।[/caption]

Advertisment

ସଙ୍ଗେସଙ୍ଗେ ଜି. ଉପୟଗିରି, ଭଞ୍ଜନଗର ପୁଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି  ସ୍ଥାନୀୟ ଲୋକଙ୍କ ସହାୟତରେ ଆହତଙ୍କୁ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲା।   ଆହତଙ୍କ ମଧ୍ୟରେ ବହୁ ଶିଶୁ ଥିବା ବି ଜଣାଯାଇଛି। ତେଣୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା।

ସୂଚନାଯୋଗ୍ୟ,  ଗତବର୍ଷ କରୋନା ସମୟରେ ସୁରଟରୁ ଶ୍ରମିକଙ୍କୁ ନେଇ ଆସୁଥିବା ‘ଶ୍ରୀ ପଟେଲ’ ଏକ ବସ୍‌  ମଧ୍ୟ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ।  ଏହାପରେ ଏହି ରାସ୍ତାକୁ ଚଉଡ଼ା କରାଯାଇଥିଲା। ମାତ୍ର ଦୁର୍ଘଟଣା କମିବା ନାଁ ଧରୁନି ।

ଏହି ଘାଟି ରାସ୍ତା ସମ୍ପର୍କରେ ବାହାର ରାଜ୍ୟ ଡ୍ରାଇଭରଙ୍କର କୌଣସି ଧାରଣା ନ ଥିବାରୁ ସେମାନଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛି। ତେଣୁ ବାହାର ରାଜ୍ୟ ଗାଡ଼ିକୁ ଘାଟି ପାର କରାଇବା ପାଇଁ ଏଠାରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହେଉଛି।

Accident Roadaccident