Advertisment

ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ଖୋର୍ଦ୍ଧା(ବଳରାମ ଲେଙ୍କା): ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ହାଇଦ୍ରାବାଦରୁ ୪୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ବସ୍‌ ‘ଅଶୋକା’  ବାଙ୍କୀ ଅଭିମୁଖେ ଆସୁଥିଲା। ତେବେ ଆଜି ଭୋରରୁ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ନିକଟ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ଆମ୍ବ ବୋଝେଇ ଟ୍ରକ୍‌ ଛିଡ଼ା ହୋଇଥିବା ବେଳେ ବସ୍‌ଟି […]

author-image
Niharika Rout
ଅଦ୍ୟତନ ହୋଇଛି
ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ

bus-2-1

ଖୋର୍ଦ୍ଧା(ବଳରାମ ଲେଙ୍କା): ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି ।

Advertisment

ହାଇଦ୍ରାବାଦରୁ ୪୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ବସ୍‌ ‘ଅଶୋକା’  ବାଙ୍କୀ ଅଭିମୁଖେ ଆସୁଥିଲା। ତେବେ ଆଜି ଭୋରରୁ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ନିକଟ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ଆମ୍ବ ବୋଝେଇ ଟ୍ରକ୍‌ ଛିଡ଼ା ହୋଇଥିବା ବେଳେ ବସ୍‌ଟି ପଛରୁ ତାକୁ ଧକ୍କା ଦେଇଥିଲା।  ଏହି ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।  publive-image

ଖବର ପାଇ ଟାଙ୍ଗୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୁର୍ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଆହତ ୨ଜଣଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି  କରାଯାଇଛି। ଅନ୍ୟ ଏକ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ନେଇ  ବାଙ୍କୀରେ ଛାଡ଼ିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ଜଣାଯାଇଛି।

Advertisment

ଏହା ପୂର୍ବରୁ ସୁରତରୁ ପ୍ରବାସୀ ଓଡ଼ିଆକୁ  ନେଇ ଆସୁଥିବା ବେଳେ ୩ଟି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଶନିବାର ସନ୍ଧ୍ୟାରେ ପ୍ରଥମ ଦୁର୍ଘଟଣା ଘଟିଥିଲା କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ। ୬୦ ଜଣ ଲୋକଙ୍କୁ ନେଇ ସୁରତରୁ ଗଞ୍ଜାମ ଅଭିମୁଖେ ଯାଉଥିବା ପଟେଲ ନାମକ ଏକ ଘରୋଇ ବସ୍ କଳିଙ୍ଗା ଘାଟିର ପାହାଡ଼ରେ ପିଟି ହୋଇଥିଲା। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।  ସେହିପରି ରବିବାର ସକାଳେ ୨ଟି ଦୁର୍ଘଟଣା ଘଟିଥିଲା। ସେଥିରୁ ଗୋଟିଏ ସେହି କଳିଙ୍ଗା ଘାଟିରେ ହିଁ ଘଟିଥିଲା। ବସ୍‌ଟି ୫୭ ଜଣ ଯାତ୍ରୀଙ୍କୁ ନେଇ ଗଞ୍ଜାମ ଅଭିମୁଖେ  ଯାଉଥିବା ବେଳେ ଏହି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଡ୍ରାଇଭରଙ୍କ ସମେତ ୩ଜଣ ସାମାନ୍ୟ ଆହତ  ହୋଇଥିଲେ।   ସେହିଭଳି ସେହିଦିନ ସକାଳେ ସୁରତରୁ ଗଞ୍ଜାମ ଆସିବା ବାଟରେ ମହାରାଷ୍ଟ୍ରର ନାଗପୁର ନିକଟ ଜାତୀୟ ରାଜପଥରେ ଆଉ ଏକ ବସ୍ ଓଲଟି ପଡ଼ିଥିଲା। ବସ୍‌ ସାମ୍ନାକୁ ହଠାତ୍ କୌଣସି ବନ୍ୟଜନ୍ତୁ ଚାଲି ଆସିବାରୁ ଏହା ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ବସ୍‌ରେ ୫୦ ଜଣ ଯାତ୍ରୀ ଥିବା ବେଳେ ୫ ଜଣ ଆହତ ହୋଇଥିଲେ।

Kalinga Ghati