Advertisment

ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍‌ କେମିତି ଓଲଟିଲା

ଫୁଲବାଣୀ:(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ. ଉଦୟଗିରି କଳିଙ୍ଗା ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଲକ୍‌ଡାଡନ୍‌ ଯୋଗୁ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ସୁରଟରୁ ନେଇ ଫେରୁଥିବା ଏକ ବସ୍‌ ଉକ୍ତ ଘାଟିରେ ଓଲଟିଛି। ଏଥିରେ ଜଣକର ମୃତ୍ୟୁ ଘଟିଛି। ଜଣେ ଗୁରୁତର ଅଛନ୍ତି। ପ୍ରାୟ ୪୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଜି ସନ୍ଧ୍ୟା ପ୍ରାୟ ୮ଟାରୁ ସାଢେ ୮ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ସୁରଟରୁ […]

ଅଦ୍ୟତନ ହୋଇଛି
ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍‌ କେମିତି ଓଲଟିଲା

bus

Advertisment

ଫୁଲବାଣୀ:(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ. ଉଦୟଗିରି କଳିଙ୍ଗା ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଲକ୍‌ଡାଡନ୍‌ ଯୋଗୁ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ସୁରଟରୁ ନେଇ ଫେରୁଥିବା ଏକ ବସ୍‌ ଉକ୍ତ ଘାଟିରେ ଓଲଟିଛି। ଏଥିରେ ଜଣକର ମୃତ୍ୟୁ ଘଟିଛି। ଜଣେ ଗୁରୁତର ଅଛନ୍ତି। ପ୍ରାୟ ୪୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଜି ସନ୍ଧ୍ୟା ପ୍ରାୟ ୮ଟାରୁ ସାଢେ ୮ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ସୁରଟରୁ ଗତ ଏପ୍ରିଲ ୩୦ ତାରିଖ ରାତି ପ୍ରବାସୀ ଓଡ଼ିଆଙ୍କୁ ନେଇ ଶ୍ରୀ ପଟେଲ ଜିଜେ ୧୮-ଏକ୍ସ-୨୬୯୩ ନାମକ ଏକ ବସ୍‌ ବାହାରି ଥିଲା । ହେଲେ ଆଜି ସନ୍ଧ୍ୟାରେ ବସ୍‌ଟି ଘାଟିରେ ଏକ ପିଲର ସହ ପିଟି ହୋଇ ଓଲଟିପଡ଼ିଥିବା ଜଣାପଡ଼ିଛି। କୁହାଯାଉଛି ଚାଳକ ଜଣକ ଘାଟି ସମ୍ପର୍କରେ ଅବଗତ ନଥିବାରୁ ବସ୍‌ଟି ଭାରସାମ୍ୟ ହରାଇ ଓଲଟିପଡ଼ିଛି।

Advertisment

ସୁରତରୁ ଗଞ୍ଜାମ ଆସୁଥିବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ୪୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ଚାପି ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଜି.ଉଦୟଗିରି ଏସ୍‌ଡିପିଓ କହିଛନ୍ତି। ଦୁର୍ଘଟଣା ନେଇ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କଳିଙ୍ଗା ଘାଟିର ଗୋଟିଏ ପଟକୁ ବସ୍ ଚାପି ହୋଇ ଯାଇଛି। ବସ୍‌ରେ ମୋଟ୍ ୬୪ ଯାତ୍ରୀ ଥିଲେ ବୋଲି ସୂଚନା ରହିଛି। ଜି. ଉଦୟିଗିରି, ଟିକାବାଲି, ଫିରିଙ୍ଗିଆରୁ ଅଗ୍ନିଶମ ଟିମ୍ ପଠଯାଇଛି। ଅନ୍ଧାର ଥିବାରୁ ସ୍ୱତନ୍ତ୍ର ରେସ୍‌କ୍ୟୁ ଉପକରଣ ସହ ଟିମ୍ ପଠାଯାଇଛି।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ. ଉଦୟଗିରି କଳିଙ୍ଗା ଘାଟି ସବୁଠୁ ବିପଦପୂର୍ଣ୍ଣ ଘାଟି ବୋଲି କୁହାଯାଏ। ଜାତୀୟ ରାଜପଥ ୧୫୭ ର ମାନ୍ୟତା ପାଇଥିବା ଏହି ଘାଟି ରାସ୍ତାରେ ଅନେକଥର ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ନଜିର ରହିଛି। ୨୦୧୯ ଫେବୃଆରୀରେ ଘଟିଥିବା ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଥିଲେ। ଏହା ପୂର୍ବରୁ ୨୦୦୭ ମସିହାରେ ହୋଇଥିବା ବସ୍‌ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛି। ବସ୍‌ଟି ଘାଟିରୁ ଓଲଟି ପଡ଼ିଥିଲା।

Advertisment
Kalinga Ghati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe