/odisha-reporter/media/post_attachments/uploads/2020/05/v-909-1.jpg)
v-909-1
ଫୁଲବାଣୀ:(ଓଡ଼ିଶା ରିପୋର୍ଟର) ଅଭାବନୀୟ। ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ। ଆଜି ସନ୍ଧ୍ୟା ପ୍ରାୟ ୮ରୁ ସାଢେ ୮ ଭିତରେ ଘାଟି ଉପରେ ବସ୍ଟି ଏକ ପିଲର ସହ ପିଟି ହୋଇ ଓଲଟିପଡ଼ିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଫୁଲବାଣୀରେ କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ସୁରତରୁ ଗଞ୍ଜାମ ଆସୁଥିବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ୪୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ଚାପି ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଜି.ଉଦୟଗିରି ଏସ୍ଡିପିଓ କହିଛନ୍ତି। ତେବେ ବସ୍ରେ କେତେ ଲୋକ ଥିଲେ ତାହା ଜଣାପଡ଼ି ନାହିଁ।
କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ. ଉଦୟଗିରି କଳିଙ୍ଗା ଘାଟି ସବୁଠୁ ବିପଦପୂର୍ଣ୍ଣ ଘାଟି ବୋଲି କୁହାଯାଏ। ଜାତୀୟ ରାଜପଥ ୧୫୭ ର ମାନ୍ୟତା ପାଇଥିବା ଏହି ଘାଟି ରାସ୍ତାରେ ଅନେକଥର ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ନଜିର ରହିଛି। ୨୦୧୯ ଫେବୃଆରୀରେ ଘଟିଥିବା ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଥିଲେ। ଏହା ପୂର୍ବରୁ ୨୦୦୭ ମସିହାରେ ହୋଇଥିବା ବସ୍ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛି। ବସ୍ଟି ଘାଟିରୁ ଓଲଟି ପଡ଼ିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
