Advertisment

କଲଭର୍ଟରେ ପିଟି ହୋଇ ଜଳିଗଲା ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସ୍‌ ଆଜି ସକାଳୁ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଛି। ବସ୍‌ଟି ଏକ କଲଭର୍ଟ ବାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ନିଆଁ ଲାଗିଯାଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ କୌଣସି ଜୀବନହାନୀ ହୋଇ ନ ଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଏକ ବସ୍‌ ଆସୁଥିଲା। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପହଞ୍ଚିବାର କିଛି ସମୟ ପୂର୍ବରୁ ବସ୍‌ଟି ବରମୁଣ୍ଡା ଓଭର୍ ବ୍ରିଜ ତଳେ […]

author-image
Niharika Rout
ଅଦ୍ୟତନ ହୋଇଛି
କଲଭର୍ଟରେ ପିଟି ହୋଇ ଜଳିଗଲା ବସ୍‌

bus

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସ୍‌ ଆଜି ସକାଳୁ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଛି। ବସ୍‌ଟି ଏକ କଲଭର୍ଟ ବାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ନିଆଁ ଲାଗିଯାଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ କୌଣସି ଜୀବନହାନୀ ହୋଇ ନ ଥିବା ଜଣାଯାଇଛି।

Advertisment

ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଏକ ବସ୍‌ ଆସୁଥିଲା। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପହଞ୍ଚିବାର କିଛି ସମୟ ପୂର୍ବରୁ ବସ୍‌ଟି ବରମୁଣ୍ଡା ଓଭର୍ ବ୍ରିଜ ତଳେ ଦୃତ ଗତିରେ ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ବସ୍‌ଟି   ଏକ କଲଭର୍ଟ ବାଡ଼ରେ ପିଟି ହୋଇ ଯାଇଥିଲା।

ଫଳରେ ବସ୍‌ର ଇଞ୍ଜିନଟି ହଠାତ୍‌ ଜଳିବା ଆରମ୍ଭ କଲା । ଏହାଦେଖି ଯାତ୍ରୀମାନେ ତୁରନ୍ତ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ସମ୍ପୂର୍ଣ୍ଣ ବସ୍‌ଟି ହୁତୁହୁତୁ ହୋଇ ଜଳିଥିଲା। ଖବର ପାଇ ଅଗ୍ନିଶମ  କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ କଣ୍ଡକ୍ଟର ସାମାନ୍ୟ ଆହତ ହୋଇଛନ୍ତି।

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।

Accident Roadaccident Bhubaneswar