Advertisment

ନିର୍ବନ୍ଧ ପାଇଁ ବସ୍‌ରେ ଯାଉଥିଲେ, ନିଆଁ ଲାଗି ୯ ମୃତ

ବ୍ରହ୍ମପୁର (ଜଗନ୍ନାଥ ସାହୁ/ଅଶୋକ ବ୍ରହ୍ମା): ନିର୍ବନ୍ଧ ପାଇଁ ଯାଉଥିବା ବେଳେ ଏକ ବସ୍‌ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲା। ଫଳରେ ଘଟଣା ସ୍ଥଳରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ଘଟଣା ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଘଟିଛି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଦାଙ୍କୁଲୁପାଡୁ ଗାଁର ବରପକ୍ଷର ୪୩ ଜଣ ବ୍ୟକ୍ତି ଏକ ବସ୍‌ରେ ନିର୍ବନ୍ଧ […]

author-image
Manoranjan Sial
ଅଦ୍ୟତନ ହୋଇଛି
ନିର୍ବନ୍ଧ ପାଇଁ ବସ୍‌ରେ ଯାଉଥିଲେ, ନିଆଁ ଲାଗି ୯ ମୃତ

firi

ବ୍ରହ୍ମପୁର (ଜଗନ୍ନାଥ ସାହୁ/ଅଶୋକ ବ୍ରହ୍ମା): ନିର୍ବନ୍ଧ ପାଇଁ ଯାଉଥିବା ବେଳେ ଏକ ବସ୍‌ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲା। ଫଳରେ ଘଟଣା ସ୍ଥଳରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ଘଟଣା ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଘଟିଛି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଦାଙ୍କୁଲୁପାଡୁ ଗାଁର ବରପକ୍ଷର ୪୩ ଜଣ ବ୍ୟକ୍ତି ଏକ ବସ୍‌ରେ ନିର୍ବନ୍ଧ ପାଇଁ କନ୍ୟାଘର ଶିଖରଡ଼ା ଅଭିମୁଖେ ଯାଉଥିଲେ। ତେବେ ମେଲପତୁରୁ ଗାଁ ନିକଟରେ ବସ୍‌ଟି ଓଳିଥିବା ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ପ୍ରାୟ ୩୦ ମିନିଟ୍‌ ପରେ ସ୍ଥାନୀୟ ଲୋକେ ବିଦ୍ୟୁତ ସରବରାହ ଛିହ୍ନ କରି ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବସ୍‌ ଭିତରୁ ୯ ଜଣଙ୍କ ମୃତ୍ୟୁଦେହ ଉଦ୍ଧାର କରିଛି। ଏପରିକି ୨୫ ଜଣ ଗୁରୁତରଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି ଅଗ୍ନିଶମ କର୍ମଚାରୀ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ମେଲପତୁ ଗାଁ ନିକଟରେ ବିଦ୍ୟୁତ ତାର ଦୀର୍ଘ ଦିନରୁ ଓହଳି ଥିଲା। ଏନେଇ ଗାଁ ଲୋକେ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ। ମାତ୍ର ବିଦ୍ୟୁତ ବିଭାଗ ଏଥିପ୍ରତି ନଜର ଦେଉନଥିବା ଗାଁ ଲୋକେ ଅଭଯୋଗ ହୋଇଛି। ଯେଉଁଥିପାଇଁ ଆଜି ଏପରି ଦୁର୍ଘଟଣା ଘଟିଛି। କ୍ଷଣକ ଭିତରେ ଚାଲି ଯାଇଛି ୮ ଜଣଙ୍କ ଜୀବନ। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଆହତଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଟ୍ୱିଟ୍‌ କରି ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମୃତକଙ୍କ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଧର୍ମେନ୍ଦ୍ର ଟ୍ୱିଟ୍‌ କରିଛନ୍ତି।

ସେ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି-“କେଉଁ କାରଣରୁ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଲା, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଭବିଷ୍ୟତରେ ଯେପରି ଏହିପରି ଘଟଣା ନଘଟେ ସେଥିପାଇଁ ସଜାଗ ରହିବା ଜରୁରୀ।”

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି,“ଦୁର୍ଘଟଣା ଘଟିଥିବା ବସ୍‌ର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଓ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ଅଛି କି ନାହିଁ ଯାଞ୍ଚ ହେବ। ଏଥିସହ ୧୧ କେଭି ବିଦ୍ୟୁତ ତାର ଏତେ ତଳକୁ କେମିତି ଝୁଲି ରହିଲା? ତାହାର ମଧ୍ୟ ତଦନ୍ତ କରାଯିବ। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”