Advertisment

ବିଜେଡିର ସେଲିବ୍ରେସନ୍ ବେଳେ ବସ୍‌ରେ ନିଆଁ ଲାଗିଗଲା

ଢେଙ୍କନାଳ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନରେ ବିଜେଡି ବାଜି ମାରିଛି। ଏନେଇ କେବଳ ଔପଚାରିକ ଘୋଷଣା ବାକି ଅଛି କହିଲେ ଭୁଲ୍ ହେବ ନାହିଁ। ଏହି ବିଜୟକୁ ନେଇ ସାରା ରାଜ୍ୟରେ ବିଜେଡି ନେତା ଓ କର୍ମୀମାନେ ସେଲିବ୍ରେସନ୍ ଆରମ୍ଭ କରି ଦେଇଛନ୍ତି। ଢେଙ୍କାନାଳ ସହରରେ ବିଜେଡି ପକ୍ଷରୁ ବିଜେପୁର ବିଜୟ ନେଇ ସେଲିବ୍ରେସନ୍ କରାଯାଉଥିବା ବେଳେ ଅଘଟଣ ଘଟିଛି। ସେଲିବ୍ରେସନ୍ ସମୟରେ ବାଣ ଫୁଟା ଯାଉଥିଲା। ଏକ ଗଛ ବାଣରୁ ଚଳନ୍ତା ବସ୍‌ରେ ନିଆଁ ପଡ଼ିଯାଇଥିଲା। […]

author-image
Rakesh Mallick
ଅଦ୍ୟତନ ହୋଇଛି
ବିଜେଡିର ସେଲିବ୍ରେସନ୍ ବେଳେ ବସ୍‌ରେ ନିଆଁ ଲାଗିଗଲା

bus copy

ଢେଙ୍କନାଳ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନରେ ବିଜେଡି ବାଜି ମାରିଛି। ଏନେଇ କେବଳ ଔପଚାରିକ ଘୋଷଣା ବାକି ଅଛି କହିଲେ ଭୁଲ୍ ହେବ ନାହିଁ। ଏହି ବିଜୟକୁ ନେଇ ସାରା ରାଜ୍ୟରେ ବିଜେଡି ନେତା ଓ କର୍ମୀମାନେ ସେଲିବ୍ରେସନ୍ ଆରମ୍ଭ କରି ଦେଇଛନ୍ତି। ଢେଙ୍କାନାଳ ସହରରେ ବିଜେଡି ପକ୍ଷରୁ ବିଜେପୁର ବିଜୟ ନେଇ ସେଲିବ୍ରେସନ୍ କରାଯାଉଥିବା ବେଳେ ଅଘଟଣ ଘଟିଛି। ସେଲିବ୍ରେସନ୍ ସମୟରେ ବାଣ ଫୁଟା ଯାଉଥିଲା। ଏକ ଗଛ ବାଣରୁ ଚଳନ୍ତା ବସ୍‌ରେ ନିଆଁ ପଡ଼ିଯାଇଥିଲା। ଫଳରେ ବସ୍‌ରେ ନିଆଁ ଲାଗି ଯାଇଥିଲା। ଢେଙ୍କନାଳ ବସ୍‌ଷ୍ଟାଣ୍ଡ ନିକଟରେ ଏହି ଘଟଣା ଘଟିଛି। ତେବେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ।

Advertisment