Advertisment

ଓଲଟିଲା ସୁରତରୁ ଗଞ୍ଜାମ ଆସୁଥିବା ଆଉ ଏକ ବସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଜରାଟର ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳେ ନାଗପୁର-ଅମରାବତୀ ଜାତୀୟ ରାଜପଥ ନିକଟରେ ଏହି ବସ୍‌ଟି ଓଲଟି ପଡ଼ିଥିଲା। ଫଳରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଅମରାବତୀ ନିକଟସ୍ଥ କରଞ୍ଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବସ୍‌ଟି ସୁରତରୁ ଗଞ୍ଜାମ ଅଭିମୁଖେ ଆସୁଥିଲା। ବସ୍‌ରେ ୫୦ ଜଣ ଯାତ୍ରୀ ଥିଲେ। ନାଗପୁର ନିକଟରେ ରାସ୍ତା ମଝିକୁ କୌଣସି ବନ୍ୟଜନ୍ତୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଓଲଟିଲା ସୁରତରୁ ଗଞ୍ଜାମ ଆସୁଥିବା ଆଉ ଏକ ବସ୍‌

accident1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଜରାଟର ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳେ ନାଗପୁର-ଅମରାବତୀ ଜାତୀୟ ରାଜପଥ ନିକଟରେ ଏହି ବସ୍‌ଟି ଓଲଟି ପଡ଼ିଥିଲା। ଫଳରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଅମରାବତୀ ନିକଟସ୍ଥ କରଞ୍ଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁଯାୟୀ, ବସ୍‌ଟି ସୁରତରୁ ଗଞ୍ଜାମ ଅଭିମୁଖେ ଆସୁଥିଲା। ବସ୍‌ରେ ୫୦ ଜଣ ଯାତ୍ରୀ ଥିଲେ। ନାଗପୁର ନିକଟରେ ରାସ୍ତା ମଝିକୁ କୌଣସି ବନ୍ୟଜନ୍ତୁ ଚାଲି ଆସିବାରୁ ବସ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

publive-imageସୂଚନାଯୋଗ୍ୟ, ଗତକାଲି ମଧ୍ୟ ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଜିଲ୍ଲା ଅଭିମୁଖେ ଆସୁଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ବସ୍‌ରେ ୬୦ରୁ ଅଧିକ ଯାତ୍ରୀ ଥିଲେ। ବସ୍‌ଟି ଫୁଲବାଣୀରେ ପହଞ୍ଚିବା ପରେ ପୁଲିସ ପକ୍ଷରୁ ଏସ୍‌କର୍ଟରେ ନିଆଯାଉଥିଲା। ତେବେ କଳିଙ୍ଗା ଘାଟି ଉପରେ ହଠାତ୍‌ ବସ୍‌ଟି ପାହାଡ଼ ପାର୍ଶ୍ୱରେ ପିଟି ହୋଇଯାଇଥିଲା। ଜି.ଉଦୟିଗିରି, ଟିକାବାଲି ଓ ଫିରିଙ୍ଗିଆରୁ ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ବୁଗୁଡ଼ାର ଚିତ୍ତରଞ୍ଜନ ସେଠୀଙ୍କର ମୃତ୍ୟୁ ହୋଇସାରିଥିଲା। ସେହିପରି ସନ୍ତୋଷ ସେଠୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ୧୦୮ ଆମ୍ୱୁଲାନ୍ସରେ ଭଞ୍ଜନଗର ମେଡିକାଲ୍‌କୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। 

Advertisment
Kalinga Ghati