କାମାକ୍ଷାନଗର-ଢେଙ୍କାନାଳ ରାସ୍ତାର ଗେଙ୍ଗୁଟିଆ କନକ ଦୁର୍ଗା ମନ୍ଦିର ନିକଟରେ ଆଜି ଭୋର ପ୍ରାୟ ୪ଟା ବେଳେ ଏକ ଘରୋଇ ଯାତ୍ରୀବାହୀ ବସ୍ ଗଛରେ ପିଟି ହେବାରୁ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ଯାତ୍ରୀ ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ବସ୍ ହେଲପର।
ସଂଯୁକ୍ତା ନାମକ ଏହି ନାଇଟ୍ କୋଚ୍ ବସ୍ ଗତକାଲି ରାତିରେ ରାଉରକେଲାରୁ ଯାତ୍ରା ଆରମ୍ଭ କରିଥିଲା। ଏହା ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏଥିରେ ୫୦ ଜଣ ଯାତ୍ରୀ ଥିଲେ। ତେବେ ଜଣେ ଯାତ୍ରୀଙ୍କୁ ଛାଡ଼ି ଅନ୍ୟମାନଙ୍କର କିଛି ହୋଇନାହିଁ। ଆହତ ହେଲପର ଓ ଯାତ୍ରୀ ଜଣଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/filters:format(webp)/odisha-reporter/media/media_files/2025/11/22/bus45-2025-11-22-15-58-52.jpg)
ବସ୍ଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା, ତାହା ଜଣାପଡ଼ିନି। ଦ୍ରୁତଗତି ଯୋଗୁ ଭାରସାମ୍ୟ ହରାଇ ଅବା ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଛି।
ସେହିପରି ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଫୁଲଝରଣ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରେ ଏକ ୧୦୮ ଆମ୍ବୁଲାନ୍ସ ବାଲି ବୋଝେଇ ହାଇୱା ପଛରେ ପିଟି ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ଆମ୍ବୁଲାନ୍ସର ଆଟେଣ୍ଡାଣ୍ଟ। ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/filters:format(webp)/odisha-reporter/media/media_files/2025/11/22/ambulance-2025-11-22-15-59-50.jpg)
ଆମ୍ବୁଲାନ୍ସଟି ରୋଗୀ ନେଇ ବୌଦ୍ଧରୁ ବୁର୍ଲା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହାଇୱା ପଛରେ ପିଟି ହେବା ପରେ ଆମ୍ବୁଲାନ୍ସର ସମ୍ମୁଖ ଭାଗ ଚାପି ହୋଇ ରହି ଯାଇଥିଲା। ଫଳରେ ଆମ୍ବୁଲାନ୍ସ ଡ୍ରାଇଭର, ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟ ଚାପି ହୋଇ ରହିଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀକୁ ପ୍ରାୟ ୨ ଘଣ୍ଟା ଲାଗିଯାଇଥିଲା। ହେଲେ ଆଟେଣ୍ଡାଣ୍ଟଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ରୋଗୀ ଓ ତାଙ୍କ ସଂପର୍କୀୟମାନେ ଆମ୍ବୁଲାନ୍ସ ପଛରେ ବସିଥିବା ବେଳେ ସେମାନେ ସମସ୍ତେ ଗୁରୁତର ଆହତ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/22/bus-accident-2025-11-22-16-00-23.jpg)