Advertisment

Accident: ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ୪ ଯୁବକଙ୍କୁ ପିଟିଦେଲା ବସ୍‌

ଆହତମାନଙ୍କ ପରିବାର ଲୋକଙ୍କ ସହିତ ଗ୍ରାମବାସୀମାନେ ନିଆଁ ଜାଳି ରାସ୍ତାରୋକ କରିଥିଲେ। ଆହତମାନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ସହିତ କ୍ଷତିପୂରଣ ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ।

author-image
Jitendra Garnayak
Bus Accident

ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ୪ ଯୁବକଙ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ରବିବାର ଯାଜପୁର ସଦର ଥାନା କୁଜହାଲା ନିକଟରେ ଘଟିଛି ଏହି ଘଟଣା। ୪ ଯୁବକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

Advertisment

ସକାଳ ପ୍ରାୟ ସାଢ଼େ ୭ଟା। କୁଜହାଲା ନିକଟରେ ରାସ୍ତାରେ ୪ ଜଣ ଯୁବକ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ବେଳେ ବରୀରୁ କଟକ ଅଭିମୁଖେ ଯାଉଥିବା ହରଗୌରୀ ନାମକ ଏକ ଘରୋଇ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା। 

ଯୁବକମାନଙ୍କୁ ଧକ୍କା ଦେଇ ବସ୍‌ଟି ଫେରାର ହୋଇଯାଇଥିଲା। ବସ୍ ଧକ୍କାରେ ୪ ଯୁବକ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। 

Advertisment

ଏହି ଘଟଣା ପରେ ଆହତମାନଙ୍କ ପରିବାର ଲୋକଙ୍କ ସହିତ ଗ୍ରାମବାସୀମାନେ ନିଆଁ ଜାଳି ରାସ୍ତାରୋକ କରିଥିଲେ। ଆହତମାନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ସହିତ କ୍ଷତିପୂରଣ ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ। 
ଯାଜପୁର ଅତିରିକ୍ତ ତହସିଲଦାର ଓ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତା’ ପରେ ରାସ୍ତାରୋକ ହଟିଥିଲା।

ଦୁର୍ଘଟଣା ଘଟାଇଥିବା ବସ୍‌କୁ  ପୁଲିସ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।