Advertisment

ଗାଡ଼ି ଚଳାଇବୁ ନାହିଁ: ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଗ୍ରୀନ୍‌ ଜୋନରେ ବସ୍ ଚଳାଚଳ ପାଇଁ ଗତକାଲି ସରକାର ଅନୁମତି ଦେଇଥିଲେ। ହେଲେ ଆଜି ଗାଡ଼ି ଚଳାଇବୁ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘ କହିଛି । ଏନେଇ ବସ୍  ମାଲିକ ସଂଘ କହିଛି,“ ଯାତ୍ରୀ ସେବା ଅତ୍ୟାବଶ୍ୟକ ସେବା। ତେଣୁ ବସ୍ ଚାଳକଙ୍କୁ ବୀମାଭୁକ୍ତ କରାଯାଉ। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଇ ହେବନି। ଖର୍ଚ୍ଚ ଉଠିବନି। ବସ୍‌ରେ ଯାଉଥିବା ଯାତ୍ରୀଙ୍କୁ ଯେ କରୋନା ହୋଇନି କିଏ କହିବ? ଟ୍ରେନ ଭଳି […]

ଗାଡ଼ି ଚଳାଇବୁ ନାହିଁ: ଘରୋଇ ବସ୍ ମାଲିକ ସଂଘ

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଗ୍ରୀନ୍‌ ଜୋନରେ ବସ୍ ଚଳାଚଳ ପାଇଁ ଗତକାଲି ସରକାର ଅନୁମତି ଦେଇଥିଲେ। ହେଲେ ଆଜି ଗାଡ଼ି ଚଳାଇବୁ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘ କହିଛି ।

Advertisment

ଏନେଇ ବସ୍  ମାଲିକ ସଂଘ କହିଛି,“ ଯାତ୍ରୀ ସେବା ଅତ୍ୟାବଶ୍ୟକ ସେବା। ତେଣୁ ବସ୍ ଚାଳକଙ୍କୁ ବୀମାଭୁକ୍ତ କରାଯାଉ। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଇ ହେବନି। ଖର୍ଚ୍ଚ ଉଠିବନି। ବସ୍‌ରେ ଯାଉଥିବା ଯାତ୍ରୀଙ୍କୁ ଯେ କରୋନା ହୋଇନି କିଏ କହିବ? ଟ୍ରେନ ଭଳି ବସ୍‌ରେ ଉଠିବା ପୂର୍ବରୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ। ସରକାର ଆମ ଦାବି ବିଚାର କଲେ ଏବଂ ସହଯୋଗ କଲେ ଆମେ ଚିନ୍ତା କରିବୁ। ସବୁ ବସ୍ ସଂଘ ସହ ଆଲୋଚନା କରି ନିଷ୍ପତ୍ତି ନେବୁ।”

ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ, ଗ୍ରୀନ୍ ଜୋନରେ ଯାତ୍ରୀବାହୀ ବସ୍‌ ନିଜ ସିଟ୍ କ୍ଷମତା ତୁଳନାରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଧରି ଚଳପ୍ରଚଳ କରିପାରିବେ। ଏହି ବସ୍ କେବଳ ଗ୍ରୀନ୍ ଜୋନ୍ ଜିଲ୍ଲାଗୁଡ଼ିକ ଭିତରେ ଚଳପ୍ରଚଳ କରିବ। ଯଦି ବସ୍ ଚଳପ୍ରଚଳ ମାର୍ଗରେ ଅରେଞ୍ଜ ଜୋନ୍ କିମ୍ବା ରେଡ୍ ଜୋନ୍ ଥିବ ତା’ହେଲେ ସେହି ମାର୍ଗରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିବ ନାହିଁ। ତେବେ ବସ୍ ଚଳାଚଳ ନିମନ୍ତେ ବୈଧ ରୁଟ୍ ପରମିଟ୍ , ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍‌, ଫିଟନେସ୍ ସାର୍ଟିଫିକେଟ, ପ୍ରଦୂଷଣ ସାର୍ଟିଫିକେଟ୍ ଓ ବୀମା ଆଦି ଦସ୍ତାବିଜ ରହିବା ଜରୁରୀ। ଏନେଇ ଏସଆରସିଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe