Advertisment

ସ୍ୱାଭାବିକ ହେଉନି ବସ୍‌ ଚଳାଚଳ; ମାଲିକଙ୍କ ପରେ ଏବେ ଅଡ଼ି ବସିଛନ୍ତି କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟ ସରକାରଙ୍କ ଗ୍ରୀନ୍‌ ସିଗନାଲ ପରେ ମଧ୍ୟ  ଏ ଯାଏ ସ୍ୱାଭାବିକ ହୋଇପାରୁନି ବସ୍‌ ଚଳାଚଳ। ପ୍ରଥମେ ବସ୍‌ ମାଲିକ ନିଜ ଜିଦ୍‌ରେ ଅଟଳ ଥିବା ବେଳେ ଏବେ ସେହି ପନ୍ଥା ଆପଣାଇଛନ୍ତି ବସ୍‌ କର୍ମଚାରୀ। ଫଳରେ ହଇରାଣ ହେଉଛନ୍ତି ସାଧାରଣ ଯାତ୍ରୀ। ଏ ଯାବତ ରାଜ୍ୟ ସରକାର ୬ ହଜାର କର୍ମଚାରୀଙ୍କୁ ବୀମାଭୁକ୍ତ କରି ସାରିଛନ୍ତି। ଅନ୍ୟମାନଙ୍କୁ ମଧ୍ୟ ଖୁବଶୀଘ୍ର ଅନ୍ତର୍ଭୁକ୍ତ କରାଯିବ । ଏନେଇ ସରକାରଙ୍କ ସହ ସମସ୍ତ ଆଲୋଚନା ହୋଇସାରିଥିବା […]

author-image
Niharika Rout
ଅଦ୍ୟତନ ହୋଇଛି
ସ୍ୱାଭାବିକ ହେଉନି ବସ୍‌ ଚଳାଚଳ; ମାଲିକଙ୍କ ପରେ ଏବେ ଅଡ଼ି ବସିଛନ୍ତି କର୍ମଚାରୀ

bus

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟ ସରକାରଙ୍କ ଗ୍ରୀନ୍‌ ସିଗନାଲ ପରେ ମଧ୍ୟ  ଏ ଯାଏ ସ୍ୱାଭାବିକ ହୋଇପାରୁନି ବସ୍‌ ଚଳାଚଳ। ପ୍ରଥମେ ବସ୍‌ ମାଲିକ ନିଜ ଜିଦ୍‌ରେ ଅଟଳ ଥିବା ବେଳେ ଏବେ ସେହି ପନ୍ଥା ଆପଣାଇଛନ୍ତି ବସ୍‌ କର୍ମଚାରୀ। ଫଳରେ ହଇରାଣ ହେଉଛନ୍ତି ସାଧାରଣ ଯାତ୍ରୀ।

Advertisment

ଏ ଯାବତ ରାଜ୍ୟ ସରକାର ୬ ହଜାର କର୍ମଚାରୀଙ୍କୁ ବୀମାଭୁକ୍ତ କରି ସାରିଛନ୍ତି। ଅନ୍ୟମାନଙ୍କୁ ମଧ୍ୟ ଖୁବଶୀଘ୍ର ଅନ୍ତର୍ଭୁକ୍ତ କରାଯିବ । ଏନେଇ ସରକାରଙ୍କ ସହ ସମସ୍ତ ଆଲୋଚନା ହୋଇସାରିଥିବା ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି । ଏଣୁ ଧର୍ମଘଟରୁ ଓହରି ବସ୍ କାର୍ଯ୍ୟରେ  ଯୋଗ ଦେବା ପାଇଁ ନିବେଦନ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ।

ହେଲେ ୩ ମାସର ଦରମା, ୫୦ ଲକ୍ଷ ଟଙ୍କାର ବୀମା ଏବଂ ପରିବହନ କର୍ମଚାରୀ ମାନ୍ୟତା ପ୍ରଦାନ ଆଦି ଦାବି ପୂରଣ ନିମନ୍ତେ ଅଡ଼ି ବସିଛି ଓଡ଼ିଶା ମୋଟର ଚାଳକ ସଂଘ। ବସ୍ ମାଲିକଙ୍କୁ ସରକାର ସବୁ କିଛି ଛାଡ଼ କରୁଥିବା ବେଳେ ଚାଳକ ଏବଂ ଅନ୍ୟ ବସ୍‌ କର୍ମଚାରୀଙ୍କୁ  କ’ଣ ପାଇଁ ସହାୟତା କରୁନାହାନ୍ତି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।

Advertisment

ଏନେଇ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖି ସଂଘ ପକ୍ଷରୁ ଅବଗତ କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ କେହି ଦୁଃଖ ଶୁଣି ନାହାନ୍ତି। କରୋନା ପାଇଁ ଗାଡ଼ି ନ ଚାଲିବାରୁ ଆମେ ଘରେ ହାତବାନ୍ଧି ବସିଛୁ। ତେଣୁ ଆମର ଦାବି ହେଉଛି ତିନି ମାସର ଦରମା  ଓ ୫୦ ଲକ୍ଷ ଟଙ୍କା ଇନ୍‌ସୁରାନ୍ସ ଦରକାର ବୋଲି ସଂଘ ପକ୍ଷରୁ କୁହାଯାଇଛି। ପ୍ରତିବାଦରେ ବିଭିନ୍ନ ଜିଲ୍ଲାରେ ସଂଘ ଧାରଣାରେ ବସି ରହିଛି।

ଉଳ୍ଲେଖଯୋଗ୍ୟ,   ଗତ ୩ ମାସ ଧରି ବସ୍ ଚଳାଚଳ ବନ୍ଦ ରହିଥିବାରୁ ଅନେକ ବସ୍ ମାଲିକ ଓ କର୍ମଚାରୀ ସମସ୍ୟାରେ ପଡିଛନ୍ତି । ସେଥିପାଇଁ ଧର୍ମଘଟରୁ  ଓହରି ସମସ୍ତେ କାମରେ ଯୋଗ ଦେବା ପାଇଁ ନିବେଦନ କରିଛନ୍ତି ରାଜ୍ୟ ସରକାର।