Advertisment

ସୋମବାରଠାରୁ ବସ୍ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍‌ ଯୋଗୁ ବନ୍ଦ ଥିବା ବସ ପୁଣି ଚଳାଚଳ କରିବ। ରାଜ୍ୟରେ ସୋମବାର ଠାରୁ ସ୍ୱାଭାବିକ ହେବ ବସ୍ ଚଳାଚଳ। ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏନେଇ  ସୂଚନା ଦେଇଛନ୍ତି। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂପାଦକ ଏନେଇ  ସୂଚନା ଦେଇଛନ୍ତି। ଘରୋଇ ବସ୍ ମାଲିକ ସଂଘ ସହ ସରକାରଙ୍କ ଆଲୋଚନା ସଫଳ ହୋଇଛି। ସଂଘର ଦାବି ଉପରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ ବୋଲି ସଂପାଦକ କହିଛନ୍ତି। […]

author-image
Tapas Behera
ଅଦ୍ୟତନ ହୋଇଛି
‘ଗଡ଼ୁନି ବସ୍‌, ବର୍ଷେ ପର୍ଯ୍ୟନ୍ତ ଋଣ ଆଦାୟ ବନ୍ଦ କର’

bus

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍‌ ଯୋଗୁ ବନ୍ଦ ଥିବା ବସ ପୁଣି ଚଳାଚଳ କରିବ। ରାଜ୍ୟରେ ସୋମବାର ଠାରୁ ସ୍ୱାଭାବିକ ହେବ ବସ୍ ଚଳାଚଳ। ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏନେଇ  ସୂଚନା ଦେଇଛନ୍ତି। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂପାଦକ ଏନେଇ  ସୂଚନା ଦେଇଛନ୍ତି।

Advertisment

ଘରୋଇ ବସ୍ ମାଲିକ ସଂଘ ସହ ସରକାରଙ୍କ ଆଲୋଚନା ସଫଳ ହୋଇଛି। ସଂଘର ଦାବି ଉପରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ ବୋଲି ସଂପାଦକ କହିଛନ୍ତି। କରୋନା କୋପ କମିବା ପରେ ସରକାର ସମଗ୍ର ରାଜ୍ୟରେ ବସ୍‌ ଚଳାଚଳ କରିବାକୁ ଅନୁମତି ଦେଇଥିଲେ। ହେଲେ ଓଡ଼ିଶା ବସ୍‌ ଆସୋସିଏସନ କହିଥିଲା, ବର୍ତ୍ତମାନ ବସ୍‌ ଗଡ଼ିବା ସ୍ଥିତିରେ ନାହିଁ। ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେଲା ପର୍ଯ୍ୟନ୍ତ ବସ୍‌ ଗଡ଼ି ପାରିବ ନାହିଁ। ୭ ଦଫା ଦାବି ଉପସ୍ଥାପନ କରି ଓଡ଼ିଶା ବସ୍‌ ଆସୋସିଏସନ ଆଜି ଏପରି ଚେତାବନୀ ଦେଇଥିଲା।

୧୮ ମାସ ଧରି ବସ୍‌ ଗୁଡ଼ିକ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବାରୁ ଗଡ଼ିବା ସ୍ଥିତିରେ ନାହିଁ। ଯାହାକୁ ନେଇ ବସ୍‌ ମାଲିକମାନେ ଚିନ୍ତା ପ୍ରକଟ କରିଥିଲେ।

Advertisment

ଘରୋଇ ବସ୍‌ ମାଲିକ ସଂଘର କହିବା କଥା, ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍‌ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମ୍‌ଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍‌ ନଚଳାଇବାକୁ ନିଷ୍ପତ୍ତି ନେଇଥିଲା ସଂଘ। କାରଣ ୧୮ ମାସ ଧରି ବନ୍ଦ ହୋଇପଡି ରହିଥିବା ବସ ଚାଲିବା ଅବସ୍ଥାରେ ନାହିଁ। ଏଭଳି ସ୍ଥିତିରେ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ଯାତ୍ରୀ ମଧ୍ୟ ଆସୁ ନାହାନ୍ତି। ତେଣୁ କିଭଳି ଭାବେ ସମ୍ପୂର୍ଣ୍ଣ ବସ୍‌ ଚଳାଚଳ କରିବ ବୋଲି ଓଡ଼ିଶା ବସ୍‌ ଆସୋସିଏସନ୍‌ ପ୍ରଶ୍ନ ଉଠାଇଥିଲା।