ଭଦ୍ରକ (ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଛତାବର ନିକଟରେ ଏକ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ‘ଆଶୀର୍ବାଦ’ ନାମକ ଏହି ଘରୋଇ ବସ୍ ଟ୍ରେନ୍ରେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଛତାବର ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲ। ଏଥିରେ ବସ୍ ଡ୍ରାଇଭର ଓ ହେଲପର୍ ସାମାନ୍ୟ ଆହତ ହୋଇଥିଲେ। ତେବେ ସେମାନଙ୍କ ବେଶି କିଛି ହୋଇନାହିଁ। ସେମାନଙ୍କ ଚିକିତ୍ସା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ଏତଲା
ମୋଟ ୧୦୯ଟି ପ୍ଲଟକୁ ବେଆଇନ୍ ଭାବେ ହାତେଇବା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ କଦାପି ବରଦାସ୍ତ କରାଯିବନି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।
Special
ଜନ୍ମମାଟିର ମୋହ ବର୍ଷାଙ୍କୁ ଇଟାଲୀରୁ ଓଡ଼ିଶା ଟାଣି ଆଣିଛି
ଠିକଣା ଖୋଜୁଥିବା ବର୍ଷା ଶେଷରେ ପାଇଲେ ନୂଆ ଠିକଣା। ଆଉ ବାପା-ମାଆଙ୍କ ସହିତ ଗଲେ ବିଦେଶ। ଇଟାଲୀରେ ପାଠ ପଢ଼ିଲେ। ଏନ୍ରିକୋ ଭୋଲୋପ ଓ ତାଙ୍କ ପତ୍ନୀ ଡକ୍ଟର ପଟ୍ରଜିଆ ଜରଜୋଟି ନିଜର ଝିଅ ବର୍ଷାକୁ ବହୁ ଭଲ ପାଉଥିଲେ।
Crime
ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦୁର୍ବ୍ୟବହାର ଘଟଣାରେ ଅମିନ ନିଲମ୍ବିତ, ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ
ବିଭିନ୍ନ ପକ୍ଷର ବୟାନ ଓ ସିସିଟିଭି ଫୁଟେଜ ଆଧାରରେ ଉପ-ଜିଲ୍ଲାପାଳ ତାଙ୍କ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦେଇଥିଲେ।
Politics
ବିଜେଡିକୁ ଝଟ୍କା, ଅନାସ୍ଥାରେ ହାରିଲେ ବ୍ଲକ୍ ଅଧ୍ୟକ୍ଷା
ଆଜି ବ୍ଲକ୍ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଅନାସ୍ଥା ଭୋଟିଂ ହୋଇଥିଲା। ୨ ବିଧାୟକ, ଢେଙ୍କାନାଳ ସାଂସଦଙ୍କୁ ମିଶାଇ ୬୨ ଜଣ ଅନାସ୍ଥା ଭୋଟ୍ରେ ଅଂଶ ଗ୍ରହଣ କରିଥିଲେ।
Business
ପ୍ରତି ପଞ୍ଚାୟତରେ ଖୋଲିବ କ୍ଷୀର ଧାରା କେନ୍ଦ୍ର: ମନ୍ତ୍ରୀ
ନୂଆ ପ୍ରଡକ୍ଟ ନେଇ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ବହୁ ନୂଆ ପ୍ରଡକ୍ଟ ଆଣିବାକୁ ଯାଉଛି। ଲୋକଙ୍କ ଆବଶ୍ୟକତାକୁ ଦେଖି ଓମ୍ଫେଡ୍ର ଟେଟ୍ରାପେକ୍, ପାଣି ପାଉଚ୍, ଆଇସକ୍ରିମ୍, ଚକୋଲେଟ୍ ଆଦି ତିଆରି କରିବ।