Advertisment

ଗ୍ରୀନ୍ ଜୋନ୍‌ରେ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଧାରଣ ଯାତ୍ରୀଙ୍କ ପାଇଁ ଗ୍ରୀନ୍ ଜୋନ୍‌ରେ ଗଡ଼ିବ ସରକାରୀ ବସ୍।  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ଘରୋଇ ବସ୍ ମାଲିକ ଗାଡ଼ି ଚଲାଇବାକୁ ଅରାଜି ହେବାରୁ ସରକାରୀ ଏମିତି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ତେବେ ଏହି ବସ୍‌ ଗୁଡ଼ିକରେ ମୋଟ କ୍ଷମତାର ୫୦% ଯାତ୍ରୀ ଯାତ୍ରା କରିପାରିବେ ଓ ଏଥିପାଇଁ ସେମାନଙ୍କୁ ଦୁଇ ଗୁଣା ଭଡ଼ା ଦେବାକୁ ପଡ଼ିବ। ଶ୍ରୀ ବେହେରା କହିଛନ୍ତି, ଏବେ ସରକାରୀ […]

author-image
Niharika Rout
ଅଦ୍ୟତନ ହୋଇଛି
ଗ୍ରୀନ୍ ଜୋନ୍‌ରେ ଗଡ଼ିବ ସରକାରୀ ବସ୍

ppppppppppp

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଧାରଣ ଯାତ୍ରୀଙ୍କ ପାଇଁ ଗ୍ରୀନ୍ ଜୋନ୍‌ରେ ଗଡ଼ିବ ସରକାରୀ ବସ୍।  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ଘରୋଇ ବସ୍ ମାଲିକ ଗାଡ଼ି ଚଲାଇବାକୁ ଅରାଜି ହେବାରୁ ସରକାରୀ ଏମିତି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ତେବେ ଏହି ବସ୍‌ ଗୁଡ଼ିକରେ ମୋଟ କ୍ଷମତାର ୫୦% ଯାତ୍ରୀ ଯାତ୍ରା କରିପାରିବେ ଓ ଏଥିପାଇଁ ସେମାନଙ୍କୁ ଦୁଇ ଗୁଣା ଭଡ଼ା ଦେବାକୁ ପଡ଼ିବ।

Advertisment

ଶ୍ରୀ ବେହେରା କହିଛନ୍ତି, ଏବେ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟରେ ଗୋଟିଏ ବସ୍ ଚାଲିଛି। ଆଗକୁ ଅଧିକ ବସ୍ ଚାଲିବ।

ସୂଚନାଯୋଗ୍ୟ, ଆଜି ଠାରୁ କଟକରୁ ଭୁବନେଶ୍ୱରକୁ ସରକାରୀ ବସ୍ ଯାତ୍ରା ଆରମ୍ଭ କରିଛି। କେବଳ ଗୋଟିଏ ବସ୍ ଯାତ୍ରା ଆରମ୍ଭ କରିଛି। ଏହାକୁ କେବଳ ସରକାରୀ କର୍ମଚାରୀମାନଙ୍କ ପାଇଁ ଚଲା ଯାଇଛି। ଏହା ଅଫିସ୍‌ ଟାଇମ୍‌ରେ କଟକରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବ। ଏଥିପାଇଁ ଭଡ଼ା ୩୦ ଟଙ୍କା ରଖାଯାଇଛି।

Advertisment

ଗତକାଲି ପରିବହନ ମନ୍ତ୍ରୀ କହିଥିଲେ ଯେ ଘରୋଇ ବସ୍ ମାଲିକମାନେ ବସ୍‌ ସିଟ୍‌ର ଅଧା ଯାତ୍ରୀଙ୍କୁ ନେଇକି ଗଲେ କ୍ଷତିରେ ପଡ଼ିବେ ବୋଲି କହିଛନ୍ତି। ସେଥିପାଇଁ ଅନୁମତି ସତ୍ତ୍ୱେ ସେମାନେ ଗ୍ରୀନ୍‌ ଜୋନ୍‌ରେ ବସ୍ ଚଲାଉ ନାହାନ୍ତି। ତେଣୁ ବସ୍ ଭଡ଼ା ଡବଲ୍ କରାଯି଼ବାକୁ ଚିନ୍ତା କରାଯାଉଛି।