‘ଅର୍ଚ୍ଚନା କିଏ ଜାଣିନି, ୧୩ ଘଣ୍ଟା କାଳ ଜେରା ନୁହେଁ ଲେଖାଲେଖି ହେଉଥିଲା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଚ୍ଚନା ନାଗ ବ୍ଲାକମେଲିଂ କେସ୍‌ର ତନାଘନା କରୁଥିବା ଇଡି ପଚରାଉଚରା ପାଇଁ ୧୫ ଜଣଙ୍କ ତାଲିକା ପ୍ରସ୍ତୁତ କରିଥିବା ବେଳେ ସପ୍ତମ ବ୍ୟକ୍ତି ଭାବେ ଗତକାଲି ହାଜର ହୋଇଥିଲେ ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ   । ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ଶିବ ପ୍ରସାଦ ପ୍ରାୟ ୧୩ ଘଣ୍ଟା ପରେ ସେଠାରୁ ବାହାରିଲେ। ତେବେ ବାହାରିବା ବେଳେ ଅର୍ଚ୍ଚନା କିମ୍ବା ଶ୍ରଦ୍ଧାଞ୍ଜଳି କାହାକୁ ସେ ଚିହ୍ନି ନ […]

archana

archana

Niharika Rout
  • Published: Friday, 02 December 2022
  • Updated: 02 December 2022, 08:21 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଚ୍ଚନା ନାଗ ବ୍ଲାକମେଲିଂ କେସ୍‌ର ତନାଘନା କରୁଥିବା ଇଡି ପଚରାଉଚରା ପାଇଁ ୧୫ ଜଣଙ୍କ ତାଲିକା ପ୍ରସ୍ତୁତ କରିଥିବା ବେଳେ ସପ୍ତମ ବ୍ୟକ୍ତି ଭାବେ ଗତକାଲି ହାଜର ହୋଇଥିଲେ ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ   । ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ଶିବ ପ୍ରସାଦ ପ୍ରାୟ ୧୩ ଘଣ୍ଟା ପରେ ସେଠାରୁ ବାହାରିଲେ। ତେବେ ବାହାରିବା ବେଳେ ଅର୍ଚ୍ଚନା କିମ୍ବା ଶ୍ରଦ୍ଧାଞ୍ଜଳି କାହାକୁ ସେ ଚିହ୍ନି ନ ଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିଠାରୁ ସମନ ପାଇ ଗତକାଲି  ଦିନ ୧୦ଟାରୁ ଏହାର କାର୍ଯ୍ୟାଳୟରେ ହାଜର ହୋଇଥିଲେ ଶିବ ପ୍ରସାଦ । ତେବେ ସେଠାରୁ ୧୩ ଘଣ୍ଟା ପରେ ଅର୍ଥାତ ରାତି ପ୍ରାୟ ୧୧ଟାରେ ବାହାରିଥିଲେ ଶିବ ପ୍ରସାଦ । ତେବେ ବାହାରିବା ବେଳେ  ଇଡି ପ୍ରଶ୍ନର ସବୁ ଉତ୍ତର ରଖିଥିବା ସ୍ପଷ୍ଟ କରିଛନ୍ତି। ଏଥିସହ ମୋତେ ଯାହା ପଚାରିଲେ କହିଲି। ମୁଁ ନିର୍ଦ୍ଦୋଷ । କିଛି ଜେରା ହୋଇ ନାହିଁ। କେବଳ ଲେଖାଲେଖିରେ ସମୟ ଚାଲିଗଲା ବୋଲି ଗଣମାଧ୍ୟମକୁ କହିଛନ୍ତି ଶିବ ପ୍ରସାଦ । ଅର୍ଚ୍ଚନା ମୋ’ ହୋଟେଲକୁ ଯାଉ ନ ଥିବା ବେଳେ ସେଠାରେ କୌଣସି ଡିଲ୍‌ ହେବା ଘଟଣାକୁ ଅସ୍ୱୀକାର କରିଛନ୍ତି ଶିବ ପ୍ରସାଦ । ଏପରିକି  ଅର୍ଚ୍ଚନା କିମ୍ବା ଶ୍ରଦ୍ଧାଞ୍ଜଳି କାହାକୁ ସେ ଚିହ୍ନି ନ ଥିବା ସ୍ପଷ୍ଟ କରିଛନ୍ତି।

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଭୁବନେଶ୍ୱର JMFC-୩ରେ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ  ଖାରଜ ହେବା ପରେ ଉପର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି  ଅର୍ଚ୍ଚନା । ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ପୁଣି ସେ ଜାମିନ ଆବେଦନ କରିଛନ୍ତି।   ଅନ୍ୟପକ୍ଷେ ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି ଟଙ୍କା ଆଦାୟ ମାମଲାରେ ଜାମିନ ପାଇଁ ଆବେଦନ କରିଥିବା ଜଗବନ୍ଧୁଙ୍କୁ ମଦ୍ୟ ନିରାଶ ହେବାକୁ ପଡ଼ିଛି।  ଭୁବନେଶ୍ୱର ଏଡିଜେ-୨ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ଇଡି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା,  ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ବ୍ୟବସାୟୀ ଅମୀୟକାନ୍ତ ଦାସ, ଅବିନାଶ ପ୍ରିୟଦର୍ଶୀ ଓରଫ୍ ଚନ୍ଦନ ପ୍ରମୁଖଙ୍କୁ ପଚରାଉଚରା କରି ସାରିଛି। ଏହି ମାମଲାରେ ତଥ୍ୟ ଯୋଗାଡ଼ କରିବାରେ ଲାଗି ପଡ଼ିଥିବା ଇଡି ଶେଷରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ସବୁ ସତ ପଦାରେ ପକାଇବ ବୋଲି ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story