ସଉରା ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ସୁପାରିଶ ସହ ୧୫ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

ଏହାସହିତ ଅନାଥାଶ୍ରମ, ବ୍ଲାଇଣ୍ଡ ସ୍କୁଲ ଓ ଗୋଶାଳା ଆଦି ଦାତବ୍ୟ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଭଡ଼ା ସଂକ୍ରାନ୍ତ ନୀତିକୁ କ୍ୟାବିନେଟ୍ ମୋହର ମାରିଛନ୍ତି ।

Loka Seva Bhaban PhotoOR

ଲୋକସେବା ଭବନ

Ordigital Desk
  • Published: Wednesday, 21 June 2023
  • Updated: 21 June 2023, 08:32 PM IST

Sports

Latest News

ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସଉରା ଭାଷାକୁ ଅନ୍ତର୍ଭୁକ୍ତ କରିବା ସଂକ୍ରାନ୍ତ ଏକ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ସୁପାରିଶ କରିଛନ୍ତି । ଏହା ଦ୍ୱାରା ୫ଲକ୍ଷରୁ ଅଧିକ ସଉରା ଭାଷାଭାଷୀ ଲୋକ ଉପକୃତ ହେବେ ତଥା ସେମାନଙ୍କ ଭାଷା ଓ ସଂସ୍କୃତିର ସଂରକ୍ଷଣ ପ୍ରଚାର ଓ ପ୍ରସାରରେ ସହାୟକ ହେବ । ଏହାସହିତ ରାଜ୍ୟ କ୍ୟାବିନେଟରେ ଆଜି ମୋଟ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ସଉରା ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତୁର୍ଭୁକ୍ତ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଦ୍ୱାରା ସୁପାରିଶ କରାଯାଇଛି । ସଉରା ଭାଷାର ସଂରକ୍ଷଣ, ବିକାଶ ଓ ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ । ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ହୋଇଥିବା ସୁପାରିଶରେ କୌଣସି ଆର୍ଥିକ କାରବାର ରହିବ ନାହିଁ । ସେହିପରି ରାୟଗଡ଼ା ଜିଲ୍ଲାର ମା’ ମଝିଘରିଆଣୀ ମନ୍ଦିରର ରୂପାନ୍ତରଣ ପାଇଁ ସରକାର ଜମି ଦେବା ସହ ରାୟଗଡ଼ାର ଭିତ୍ତିଭୂମି ବିକାଶ ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ବୋଲି ସେ କହିଛନ୍ତି ।

Also Read

ସେହିପରି ଅନ୍ୟ ୧୩ଟି କ୍ୟାବିନେଟ୍ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ଯୋଗାଯୋଗ ନଥିବା ରାଜ୍ୟର ସବୁ ଦୁର୍ଗମ, ପାହାଡ଼ିଆ ଓ ଅପହଂଚ ଗାଁକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁଦିନିଆ ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ୪ଟି ଯୋଜନାରେ ମୋଟ ୪୯୪୭ କୋଟି ଟଙ୍କା ବ୍ୟୟ କରାଯିବ ଓ ଏଥିପାଇଁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାରେ ଆସନ୍ତା ୫ବର୍ଷରେ ମୋଟ ୩୩୫୪.୪୦କୋଟି ଟଙ୍କା ଖର୍ଚ୍ଚ କରାଯିବ । ରାଜ୍ୟର ସମସ୍ତ କିଶୋରୀ ବାଳିକା(୧୫ରୁ ୧୯ବର୍ଷ), ଗର୍ଭବତୀ ମହିଳା ଓ ପ୍ରସୂତି ମା’ଙ୍କୁ ପୁଷ୍ଟିଗତ ଓ ସ୍ୱାସ୍ଥ୍ୟଗତ ଉନ୍ନତି ପାଇଁ ଏହି ନୂଆ ଯୋଜନା କାର୍ଯ୍ୟ କରିବ ।

ଏହି ଯୋଜନାରେ କିଶୋରୀ ମେଳା ଆୟୋଜନ କରାଯିବା ସହ କିଶୋରୀ ବାଳିକାଙ୍କ ରକ୍ତହୀନତା ସ୍କ୍ରିନିଂ ଓ ଅନ୍ୟାନ୍ୟ କାର୍ଯ୍ୟ କରାଯିବ । ସେହିପରି ଗର୍ଭବତୀ ମହିଳା ଓ ପ୍ରସୂତି ମା’ଙ୍କୁ ଅତିରିକ୍ତ ଟେକ୍ ହୋମ୍ ରାସନ ଆକାରରେ ଅଣ୍ଡା, ମିଲେଟ୍ ଓ ପୁଷ୍ଟିକର ଖାଦ୍ୟ ପଦାର୍ଥ ଇତ୍ୟାଦି ଯୋଗାଇ ଦିଆଯିବ । ୬ବର୍ଷ ବୟସରୁ କମ୍ ଶିଶୁମାନଙ୍କୁ ଅଣ୍ଡା ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଦିଆଯିବ । ସେହିପରି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀଠାରେ ଟାଟା ଷ୍ଟିଲର ମଲଟିସ୍ପେଶାଲିଷ୍ଟ ହସ୍ପିଟାଲ ପାଇଁ ୪୩.୦୫ଏକର ଜମି ଉପରେ ରାଜ୍ୟ ସରକାର ବାର୍ଷିକ ଭଡ଼ା ଛାଡ଼ କରିଛନ୍ତି । ଏହି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

ଏହାସହିତ ଅନାଥାଶ୍ରମ, ବ୍ଲାଇଣ୍ଡ ସ୍କୁଲ ଓ ଗୋଶାଳା ଆଦି ଦାତବ୍ୟ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଭଡ଼ା ସଂକ୍ରାନ୍ତ ନୀତିକୁ କ୍ୟାବିନେଟ୍ ମୋହର ମାରିଛନ୍ତି । ଏହା ସହିତ ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ ଓ ଅବଢ଼ା ଯୋଜନାରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ସେହିପରି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟ ଓ ଅଧ୍ୟକ୍ଷଙ୍କ ଅବସର ବୟସସୀମାକୁ ୬୨ରୁ ୬୫ବର୍ଷକୁ ବୃଦ୍ଧି ହେବ । ଏନେଇ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ରୁଲସ୍‌-୧୯୯୫ରେ ସଂଶୋଧନକୁ କ୍ୟାବିନେଟ୍ ମୋହର ଦେଇଛନ୍ତି । ଏହାଦ୍ୱାରା କମିଶନ ସଦସ୍ୟ ଓ ଅଧ୍ୟକ୍ଷଙ୍କ ଅବସର ବୟସ ୬୫ବର୍ଷକୁ ବୃଦ୍ଧି, ବେତନ ବୃଦ୍ଧି, ଅତିରିକ୍ତ ପେନସନ ନିବୃତ୍ତ କରିବା, ପୂର୍ବବର୍ତ୍ତୀ ସେବା ଓ ଆୟୋଗରେ ସେବା ବିଚାରକୁ ନେଇ ସର୍ବାଧିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି, ସର୍ବଭାରତୀୟ ସେବା ଅଫିସରଙ୍କ ଭଳି ଏଲଟିସି ବ୍ୟବସ୍ଥା ଆଦି ସୁବିଧା ମିିଳିବ ବୋଲି ଶ୍ରୀ ଜେନା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story