Advertisment

Murder: ବରଯାତ୍ରୀ ସହ ଯାଇଥିବା କ୍ୟାମେରାମ୍ୟାନ୍‌ଙ୍କୁ ହତ୍ୟା

ଗତକାଲି ରାତିରେ ବ୍ରାହ୍ମଣୀପାଲି ଗ୍ରାମ ପଞ୍ଚାୟତର ବକପାଲି ଗାଁରୁ ଏକ ବରଯାତ୍ରୀ ଦଳ ତେଲିବନ୍ଧ ଗ୍ରାମ ପଞ୍ଚାୟତର କାଶଲପୁର ଗାଁକୁ ଯାଇଥିଲେ। ବାହାଘର ଭିଡିଓ ଶୁଟ୍ କରିବା ପାଇଁ ସେହି ବରଯାତ୍ରୀ ଦଳ ସହ ବାସୁଦେବ ଝାଙ୍କର ଯାଇଥିଲେ।

author-image
Jitendra Garnayak
camera man

ବାହାଘରର ଭିଡିଓ ଶୁଟ୍ କରିବାକୁ ବରଯାତ୍ରୀ ସହ କନିଆ ଘର ଗାଁକୁ ଯାଇଥିବା ଜଣେ କ୍ୟାମେରାମ୍ୟାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବୌଦ୍ଧ ଥାନା କାଶଲପୁର ଗାଁରେ। ମୃତ କ୍ୟାମେରା ମ୍ୟାନ୍‌ଙ୍କ ନାଁ ବାସୁଦେବ ଝାଙ୍କର। ତାଙ୍କ ଘର ମୁଣ୍ଡାପଡ଼ା ଗାଁରେ।

Advertisment

ଗତକାଲି ରାତିରେ ବ୍ରାହ୍ମଣୀପାଲି ଗ୍ରାମ ପଞ୍ଚାୟତର ବକପାଲି ଗାଁରୁ ଏକ ବରଯାତ୍ରୀ ଦଳ ତେଲିବନ୍ଧ ଗ୍ରାମ ପଞ୍ଚାୟତର କାଶଲପୁର ଗାଁକୁ ଯାଇଥିଲେ। ବାହାଘର ଭିଡିଓ ଶୁଟ୍ କରିବା ପାଇଁ ସେହି ବରଯାତ୍ରୀ ଦଳ ସହ ବାସୁଦେବ ଝାଙ୍କର ଯାଇଥିଲେ। ବାସୁଦେବଙ୍କ ସହିତ ଶାନ୍ତନୁ କୁମାର ଝାଙ୍କର ମଧ୍ୟ ଯାଇଥିଲେ ଭିଡିଓ ଶୁଟ୍ କରିବାକୁ। 

ଏହି ଦୁଇ କ୍ୟାମେରାମ୍ୟାନ୍‌ଙ୍କୁ କାଶଲପୁର ସ୍କୁଲ୍ ପାଖରେ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ। ସେମାନେ ଧାରୁଆ ଅସ୍ତ୍ରରେ କ୍ୟାମେରାମ୍ୟାନ୍‌ ବାସୁଦେବ ଝାଙ୍କର ଓ ଶାନ୍ତନୁ କୁମାର ଝାଙ୍କରଙ୍କୁ ଆକ୍ରମଣ କରିଥିଲେ। 

Advertisment

ଉଭୟ କ୍ୟାମେରାମ୍ୟାନ୍ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ ଭୋଜି ଖାଇ ସେହି ବାଟ ଦେଇ ଫେରୁଥିବା କିଛି ଲୋକ ସେମାନଙ୍କୁ ଦେଖିଥିଲେ ଓ ତୁରନ୍ତ ଗାଁକୁ ଖବର ପଠାଇଥିଲେ। ଖବର ପାଇ ଗାଁ ଲୋକେ ତଥା ବରଯାତ୍ରୀରେ ଆସିଥିବା ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ସଂପର୍କରେ ପୁଲିସକୁ ଖବର ଦିଆଯିବା ସହିତ ଉଭୟଙ୍କୁ ବୌଦ୍ଧ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ବାସୁଦେବ ଝାଙ୍କରଙ୍କୁ ମୃତ ଘୋଷଣା କରିଥିଲେ। ଶାନ୍ତନୁ ଝାଙ୍କରଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। 

ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଛାନ୍‌ଭିନ୍ କରିଛି। 

ବୌଦ୍ଧରୁ ଦୀପକ ଅଦରଙ୍କ ରିପୋର୍ଟ