Advertisment

ଘରକୁ ଘର ବୁଲି ଭିକ ମାଗୁଛନ୍ତି ସମିତି ସଭ୍ୟ ପ୍ରାର୍ଥୀ

ବରଗଡ଼(ଦୀପକ ଶର୍ମା): ଅବଜ ପ୍ରଚାର କରୁଛନ୍ତି ସମିତି ସଭ୍ୟ ପ୍ରାର୍ଥୀ। ପ୍ରଚାର ବେଳେ ଘରକୁ ଘର ବୁଲି ଭିକ ମାଗୁଛନ୍ତି। ଆଉ ନାରା ଦେଉଛନ୍ତି- ଭୋଟ ସହିତ ନୋଟ୍‌ ଦିଅ, ଅରୁଣ ଭାଇଙ୍କୁ ଜିତାଇ ଦିଅ। ପାଖରେ ଅର୍ଥ ନଥିବାରୁ ପୋଷ୍ଟର ଓ ବ୍ୟାନ୍‌ର ତିଆରି କରିବା ପାଇଁ ପ୍ରାର୍ଥୀ ଭିକ ମାଗୁଥିବା ଚର୍ଚ୍ଚା ହେଉଛି। ଏପରି ଅଜବ ଚିତ୍ର ବରଗଡ଼ ଜିଲ୍ଲା ଗାଇସୀମା ପଞ୍ଚାୟତରେ ଦେଖିବାକୁ ମିଳିଛି। ଆସନ୍ତା ୨୪ ତାରିଖ ବରଗଡ଼ ବ୍ଲକରେ ହେବ ନିର୍ବାଚନ। […]

ଘରକୁ ଘର ବୁଲି ଭିକ ମାଗୁଛନ୍ତି ସମିତି ସଭ୍ୟ ପ୍ରାର୍ଥୀ

Panchayat Election

Advertisment

ବରଗଡ଼(ଦୀପକ ଶର୍ମା): ଅବ ପ୍ରଚାର କରୁଛନ୍ତି ସମିତି ସଭ୍ୟ ପ୍ରାର୍ଥୀ। ପ୍ରଚାର ବେଳେ ଘରକୁ ଘର ବୁଲି ଭିକ ମାଗୁଛନ୍ତି। ଆଉ ନାରା ଦେଉଛନ୍ତି- ଭୋଟ ସହିତ ନୋଟ୍‌ ଦିଅ, ଅରୁଣ ଭାଇଙ୍କୁ ଜିତାଇ ଦିଅ। ପାଖରେ ଅର୍ଥ ନଥିବାରୁ ପୋଷ୍ଟର ଓ ବ୍ୟାନ୍‌ର ତିଆରି କରିବା ପାଇଁ ପ୍ରାର୍ଥୀ ଭିକ ମାଗୁଥିବା ଚର୍ଚ୍ଚା ହେଉଛି। ଏପରି ଅଜବ ଚିତ୍ର ବରଗଡ଼ ଜିଲ୍ଲା ଗାଇସୀମା ପଞ୍ଚାୟତରେ ଦେଖିବାକୁ ମିଳିଛି।

Advertisment

ଆସନ୍ତା ୨୪ ତାରିଖ ବରଗଡ଼ ବ୍ଲକରେ ହେବ ନିର୍ବାଚନ। ସେଥିପାଇଁ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ହେଲେ ଗାଇସୀମା ପଞ୍ଚାୟତରେ ଦେଖିବାକୁ ମିଳିଛି ଅଜବ ଚିତ୍ର। ସମିତି ସଭ୍ୟ ପ୍ରାର୍ଥୀ ଅରୁଣ କୁମ୍ଭାର ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଏଥିସହିତ ଭୋଟ୍‌ ସହିତ ନୋଟ୍‌ ଭିକ୍ଷା କରୁଛନ୍ତି। ଗାଁ ଲୋକେ ନିଜେ ନିଜର ସକ୍ଷ ମୁତାବକ ଦାନ କରୁଛନ୍ତି। କିଏ ଟଙ୍କା ଦେଉଛି ତ ଆଉ ଚାଉଳ ଦାନ କରୁଛନ୍ତି।

ଗାଁ ଲୋକଙ୍କ କହିବା କଥା, ଗାଇସୀମା ପଞ୍ଚାୟତରେ ରାସ୍ତା, ପାନୀୟ ଜଳ ଶିକ୍ଷା, ସ୍ଵାସ୍ଥ୍ୟ ପରି ଅନେକ ସମସ୍ୟା ରହିଛି। ପୂର୍ବରୁ ଅନେକ ଜନପ୍ରତିନିଧି ଏହି ସମସ୍ୟା ଦୂର କରିବାରେ ବିଫଳ ହୋଇଛନ୍ତି। ପ୍ରାର୍ଥୀ ହେବା ପୂର୍ବରୁ ପ୍ରତିଶ୍ରୁତି ଦିଅନ୍ତି, ପରେ ଭୁଲି ଯାଆନ୍ତି। ଯେଉଁଥିପାଇଁ ଅରୁଣ କୁମ୍ଭାରଙ୍କୁ ଗାଁ ଲୋକେ ପ୍ରାର୍ଥୀ କରିଛନ୍ତି। ଆଉ ଆଶା ବାନ୍ଧିଛନ୍ତି ଅରୁଣ ବିଜୟୀ ହେଲେ ଗାଁର ସମସ୍ୟା ଦୂର କରିବ। ସେଥିପାଇଁ ତାଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରୁଛନ୍ତି ଗାଁ ଲୋକ। ମୁକ୍ତ ହସ୍ତରେ ଦାନ କରୁଛନ୍ତି। ଗ୍ରାମବାସୀଙ୍କ ଚାନ୍ଦା ଟଙ୍କାରେ ବ୍ୟାନର ପ୍ରିଣ୍ଟ ଓ ପୋଷ୍ଟର ଛପାଉଛନ୍ତି ଅରୁଣ। ଗ୍ରାମବାସୀମାନେ ତାଙ୍କ ପାଇଁ ପ୍ରଚାର ମଧ୍ୟ କରୁଛନ୍ତି।

Advertisment
Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe