ତୃତୀୟ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ ଶେଷ, ମଇଦାନରେ ନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ନିର୍ବାଚନ ଓ ୪୨ଟି ବିଧାନସଭା ଆସନ ପାଇଁ ମୋଟ ୪୬୮ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୪୨ ବିଧାନସଭା ପାଇଁ ମୋଟ ୩୯୯ଜଣ ଓ ୬ ଲୋକସଭା ପାଇଁ ୬୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ଶେଷ ଦିନରେ ବିଧାନସଭା ଆସନ ପାଇଁ ୧୮୬ଜଣ ପ୍ରାର୍ଥୀ ଓ […]

candidates-from-various-parties-file-nominations-for-third-phase-of-polling

Manoranjan Sial
  • Published: Thursday, 04 April 2019
  • Updated: 04 April 2019, 07:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ନିର୍ବାଚନ ଓ ୪୨ଟି ବିଧାନସଭା ଆସନ ପାଇଁ ମୋଟ ୪୬୮ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୪୨ ବିଧାନସଭା ପାଇଁ ମୋଟ ୩୯୯ଜଣ ଓ ୬ ଲୋକସଭା ପାଇଁ ୬୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ଶେଷ ଦିନରେ ବିଧାନସଭା ଆସନ ପାଇଁ ୧୮୬ଜଣ ପ୍ରାର୍ଥୀ ଓ ଲୋକସଭା ପାଇଁ ୩୫ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଥିପାଇଁ ଉଭୟ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମିଥିଲା ପ୍ରାର୍ଥୀଙ୍କ ଭିଡ଼।

ସେହିପରି ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ସୁଦ୍ଧା ୩୩ଜଣ ଓ ଲୋକସଭା ପାଇଁ ୪ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ବିଧାନସଭାରେ ନିର୍ବାଚନ ହେବ।

ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଅପରାଜିତା ଷଡଙ୍ଗୀ। ବିଜେପି କର୍ମୀ ଓ ନେତାମାନେ ତାଙ୍କୁ ବିରାଟ ଶୋଭାଯାତ୍ରାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଯାଇଥିଲେ। ପରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କାଳୁ ଖଣ୍ଡେଇତରାୟ, କଂଗ୍ରେସ ପ୍ରାର୍ଥୀ ସ୍ୱାଗତିକା ପଟ୍ଟନାୟକ, ଚିଲିକାରୁ ପ୍ରଦୀପ ସ୍ୱାଇଁ, ବେଗୁନିଆ ବିଧାନସଭା ଆସନ ପାଇଁ ରିଷଭ ନନ୍ଦ ଓ ପ୍ରଦୀପ ସାହୁ ଆଜି ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ଭୁବନେଶ୍ୱର ଉତ୍ତର ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ସୁଶାନ୍ତ ରାଉତ ଓ କଂଗ୍ରେସ ପ୍ରାର୍ଥୀ ଇତିଶ ପ୍ରଧାନ। ଭୁବନେଶ୍ୱର ମଧ୍ୟ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ରାଜୀବ ପଟ୍ଟନାୟକ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ। ସେ ନିଜର ସମର୍ଥକଙ୍କ ଗହଣରେ ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସମ୍ବଲପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଡାକ୍ତର ଅଶ୍ୱିନୀ ପୂଜାହାରୀ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ନଳୀନିକାନ୍ତ ପ୍ରଧାନ ଓ କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭଦ୍ରକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ।

ମାହାଙ୍ଗା ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଶାରଦା ପ୍ରଧାନ ନାମାଙ୍କନ ଦାଖଲ କରିଥିବା ବେଳେ ସାଲେପୁରରୁ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ବେହେରା ଓ କଟକ ସଦରରୁ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମହାନନ୍ଦ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

କଟକ ଜିଲ୍ଲାର ଆଠଗଡ଼ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଦଳର ହେଭିୱେଟ୍ ଓ ନେତାମାନେ ନାମାଙ୍କନପତ୍ର ଭରିଛନ୍ତି। ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଂଗ୍ରେସରୁ ଉମାବଲ୍ଲଭ ରଥ, ବଡ଼ମ୍ବା ନରସିଂହପୁରରୁ ବିଜେପିର ବିଜୟ କୁମାର ଦଳବେହେରା ଓ କଂଗ୍ରେସରୁ ବବି ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସେହିପରି ସ୍ୱାଧୀନ ପ୍ରାର୍ଥୀ ଭାବେ ପୂର୍ବତନ କେନ୍ଦୁଝର ବିଧାୟକ ସୁବର୍ଣ୍ଣ ନାୟକ ନାମାଙ୍କନ ଦାଖଲ କରିଛନ୍ତି। ଚିଟଫଣ୍ଡ ମାମଲାରେ ଫସିଥିବା ସୁବର୍ଣ୍ଣଙ୍କୁ ୨୦୧୪ ମସିହାରେ ବିଜେଡି ଦଳୀୟ ଟିକେଟ୍ ଦେଇନଥିଲା।

ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ବିଜେଡିରୁ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହିତ ବିଜେଡିର ଖୋର୍ଦ୍ଧା ଏବଂ ଜଟଣୀର ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଏବଂ ରାଜେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ।

ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେପିର ପୃଥ୍ୱୀରାଜ ହରିଚନ୍ଦନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଖୋର୍ଦ୍ଧା ଭୀତାଭବନ ପଡ଼ିଆରୁ ଶତାଧିକ ସମର୍ଥକଙ୍କ ସହ ସେ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ପର୍ଶୁରାମ ଧଡ଼ା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ସହ ଇଷ୍ଟଦେବୀଙ୍କ ପୀଠରେ ପୂଜାର୍ଚ୍ଚନା, ରାଧାନାଥ ରାୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବାଲେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି।
ପୁରୀ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ, ପିପିଲି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଅଜିତ ମଙ୍ଗରାଜ, ବ୍ରହ୍ମଗିରିରୁ କଂଗ୍ରେସ ପ୍ରାର୍ଥୀ ଉମାକାନ୍ତ ବରାଳ ଓ ପୁରୀରୁ କଂଗ୍ରେସ ପ୍ରର୍ଥୀ ଅରୋ ପ୍ରସାଦ ମିଶ୍ର ଦଳୀୟ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପୁରୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story