Advertisment

ଟାୟାର ଭିତରେ ପୁଳା ପୁଳା ଗଞ୍ଜେଇ, ୩ ଗିରଫ

କଟକ (ଓଡ଼ିଶା ରିପୋର୍ଟର): ଗାଡି ଚକରେ ଗଞ୍ଜେଇ ଚାଲାଣ। ସାଉଥ୍ ମୁଭି ପୁଷ୍ପାଠୁ ବଳିଗଲା ଗଞ୍ଜେଇ ଚାଲାଣର ଏହି ତରିକା।  ଅଭିନବ ଢ଼ଙ୍ଗରେ ପୁଲିସ ଆଖିରେ ଧୂଳି ଦେଇ ଚାଲାଣକାରୀ ଗଞ୍ଜେଇ ବେପାର କରୁଥିଲେ। କଟକ ଓଏମପି ଛକରେ ଏକ ଗାଡ଼ି ଟାୟାର ଭିତରୁ ଜବତ ହୋଇଛି ପୁଳା ପୁଳା ଗଞ୍ଜେଇ। ଟାୟାର କାଟି ପ୍ୟାକେଟ ପ୍ୟାକେଟ ଗଞ୍ଜେଇ ରଖାଯାଇଥିବା ଅବକାରୀ ବିଭାଗର ଚଢ଼ାଉ ବେଳେ ଧରାପଡିଛି। ସେହିପରି ଟାଙ୍ଗିରେ ଏକ ବୋଲେରୋ ଭିତରେ ହୋଇଥିବା ସିକ୍ରେଟ […]

ଅଦ୍ୟତନ ହୋଇଛି
ଟାୟାର ଭିତରେ ପୁଳା ପୁଳା ଗଞ୍ଜେଇ, ୩ ଗିରଫ

ganja size

Advertisment

କଟକ (ଓଡ଼ିଶା ରିପୋର୍ଟର): ଗାଡି ଚକରେ ଗଞ୍ଜେଇ ଚାଲାଣ। ସାଉଥ୍ ମୁଭି ପୁଷ୍ପାଠୁ ବଳିଗଲା ଗଞ୍ଜେଇ ଚାଲାଣର ଏହି ତରିକା।  ଅଭିନବ ଢ଼ଙ୍ଗରେ ପୁଲିସ ଆଖିରେ ଧୂଳି ଦେଇ ଚାଲାଣକାରୀ ଗଞ୍ଜେଇ ବେପାର କରୁଥିଲେ। କଟକଓଏମପି ଛକରେ ଏକ ଗାଡ଼ି ଟାୟାର ଭିତରୁ ଜବତ ହୋଇଛି ପୁଳା ପୁଳା ଗଞ୍ଜେଇ। ଟାୟାର କାଟି ପ୍ୟାକେଟ ପ୍ୟାକେଟ ଗଞ୍ଜେଇ ରଖାଯାଇଥିବା ଅବକାରୀ ବିଭାଗର ଚଢ଼ାଉ ବେଳେ ଧରାପଡିଛି। ganja

Advertisment

ସେହିପରି ଟାଙ୍ଗିରେ ଏକ ବୋଲେରୋ ଭିତରେ ହୋଇଥିବା ସିକ୍ରେଟ ଚାମ୍ବରରୁ ବିପୁଳ ଗଞ୍ଜେଇ ଜବତ ହୋଇଛି। ରବିବାର ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢାଉ କରି ବେଆଇନ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ କରିଛି କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ। ଜବତ ଗଞ୍ଜେଇର ଓଜନ ୧୭୨ କେଜି ହେବ। ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଏହି ମାମଲାର ୩ଜଣଙ୍କୁ ଗିରଫ କରିଛି ସ୍ପେଶାଲ ଟିମ୍।

ଅନ୍ୟପକ୍ଷରେ ଆଜି ରାୟଗଡ଼ାମୁନିଗୁଡ଼ାରୁ ସାଢ଼େ ୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। ଟ୍ରକରେ ଦିଲ୍ଲୀ ଚାଲାଣ ବେଳେ  ପୁଲିସ୍‌ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ।  

Advertisment
Smuggling
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe