Advertisment

କାର୍ ଧକ୍କାରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ପାରାଦୀପ (ଏନ୍‌ଏମ୍‌ବୈଶାଖ): କାର୍ ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୁଣ୍ଡରୁ ଖପୁରି ଅଲଗା ହୋଇ ରାସ୍ତାରେ ପଡ଼ିଛି। ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଛି ମୃତଦେହ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପାରାଦୀପରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ପଙ୍କପାଳ ଗାଁର ପରୀକ୍ଷିତ ଶତପଥୀ ସ୍କୁଟିରେ ନିଜର ୧୦ ବର୍ଷର […]

author-image
Manoranjan Sial
ଅଦ୍ୟତନ ହୋଇଛି
କାର୍ ଧକ୍କାରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

car-accident-in-paradep123

ପାରାଦୀପ (ଏନ୍‌ଏମ୍‌ବୈଶାଖ): କାର୍ ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୁଣ୍ଡରୁ ଖପୁରି ଅଲଗା ହୋଇ ରାସ୍ତାରେ ପଡ଼ିଛି। ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଛି ମୃତଦେହ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପାରାଦୀପରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

Advertisment

ପଙ୍କପାଳ ଗାଁର ପରୀକ୍ଷିତ ଶତପଥୀ ସ୍କୁଟିରେ ନିଜର ୧୦ ବର୍ଷର ନାତି ପତିତପାବନ ଓ ପୁତୁରା ବୈଦ୍ୟନାଥଙ୍କୁ ଧରି ପାରାଦୀପରୁ ଘରକୁ ଫେରୁଥିଲେ। କୁଜଙ୍ଗ ପଥୁରିଆ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ସ୍କୁଟିରୁ ୩ ଜଣ ଯାକ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପତିତପାବନଙ୍କ ମୁଣ୍ଡର ଖପୁରି ରାସ୍ତା ଉପରେ ପଡ଼ିଥିଲା। ଆଉ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା।

ଦୁର୍ଘଟଣା ପରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ ଓଲଟି ପଡିଥିଲା। ଫଳରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Advertisment