Advertisment

ଖାଁ ଖାଁ ବଡ଼ଦାଣ୍ଡରେ ଗଡ଼ିଲା ରଥ

ପୁରୀ(ଓଡ଼ିଶା ରିପୋର୍ଟର): ଘଣ୍ଟ, କାହାଳିରେ ଫାଟି ପଡ଼ୁଛି ବଡ଼ଦାଣ୍ଡ। ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଶେଷ ହେବା ପରେ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘର ଅଭିମୁଖେ ବାହାରିଲେ କାଳିଆ ଠାକୁର। ବହୁ ଦିନରୁ ଚାଲିଥିବା ହଁ, ନାହିଁର ଖେଳ ପରେ ଶେଷରେ ପୁରୀ ବଡ଼ଦାଣ୍ଡରେ ଗଡ଼ିଲା ରଥ। ହେଲେ କେବଳ କିଛି ସେବାୟତ ଓ ପୁଲିସ୍‌ କର୍ମୀଙ୍କୁ ଛାଡ଼ିଦେଲେ ନିଜ ପ୍ରିୟର ଠାକୁରଙ୍କୁ ଆଖି ପୁରାଇ ଦେଖିବାକୁ ଭକ୍ତକୁ ମିଳିନି ଅନୁମତି। ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ […]

author-image
Niharika Rout
ଅଦ୍ୟତନ ହୋଇଛି
ଖାଁ ଖାଁ ବଡ଼ଦାଣ୍ଡରେ ଗଡ଼ିଲା ରଥ

ratha-1-1

ପୁରୀ(ଓଡ଼ିଶା ରିପୋର୍ଟର): ଘଣ୍ଟ, କାହାଳିରେ ଫାଟି ପଡ଼ୁଛି ବଡ଼ଦାଣ୍ଡ। ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଶେଷ ହେବା ପରେ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘର ଅଭିମୁଖେ ବାହାରିଲେ କାଳିଆ ଠାକୁର। ବହୁ ଦିନରୁ ଚାଲିଥିବା ହଁ, ନାହିଁର ଖେଳ ପରେ ଶେଷରେ ପୁରୀ ବଡ଼ଦାଣ୍ଡରେ ଗଡ଼ିଲା ରଥ। ହେଲେ କେବଳ କିଛି ସେବାୟତ ଓ ପୁଲିସ୍‌ କର୍ମୀଙ୍କୁ ଛାଡ଼ିଦେଲେ ନିଜ ପ୍ରିୟର ଠାକୁରଙ୍କୁ ଆଖି ପୁରାଇ ଦେଖିବାକୁ ଭକ୍ତକୁ ମିଳିନି ଅନୁମତି।

Advertisment

ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ ଗଡ଼ିଥିବା ବେଳେ ପଛକୁ ପଛ ଗଡ଼ିବ ଦର୍ପଦଳନ ଓ ନନ୍ଦିଘୋଷ। ମାଉସୀ ଘର ଅଭିମୁଖେ ୩ ଠାକୁରଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏଥର କଟକଣାଯୁକ୍ତ ରଥଯାତ୍ରା ଆୟୋଜନ ନିମନ୍ତେ ମିଳିଛି ଅନୁମତି। କରୋନା ମହାମାରୀ ଯୋଗୁ ଭକ୍ତଙ୍କୁ ବଡ଼ ଦାଣ୍ଡ ମନା। ତେଣୁ ନିଜ ସ୍ୱଚକ୍ଷୁରେ ପ୍ରିୟ ଠାକୁରଙ୍କୁ ଦେଖିବାର ସୌଭାଗ୍ୟରୁ ବଞ୍ଚିତ ହୋଇଛନ୍ତି କୋଟି କୋଟି ଶ୍ରଦ୍ଧାଳୁ। ଏହାପରେ ବି ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ବଡ଼ ଦାଣ୍ଡରେ ରଥ ଗଡ଼ିବାକୁ ଅନୁମତି ମିଳିଥିବାରୁ ଭକ୍ତର ଖୁସି ବନ୍ଧବାଡ଼ ମାନୁନି।

ଶ୍ରୀଜୀଉଙ୍କ ପହଣ୍ଡି ବିଜେ ନୀତି ସରିବା ପରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଛେରା ପହଁରା କରିଥିଲେ ଗଜପତି ମହାରାଜ। ପରମ୍ପରା ଅନୁଯାୟୀ,ଗଜପତି ମହାରାଜା ସୁନା ଖଡ଼ିକାରେ ୩ ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ନିକଟରେ ଛେରାପହଁରା କରିବା ପରେ ବଡ଼ଦାଣ୍ଡରେ ଗଡ଼ିଲା ରଥ।

Advertisment
Puri Rath Yatra 2020 Ratha Jatra 2020 Ratha Yatra 2020