Advertisment

ରଥଯାତ୍ରା ହେବ କି ନାହିଁ? ମନ୍ତ୍ରୀ ଦେଲେ ଏମିତି ଉତ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କଠାରୁ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିବା ପରେ ଆଜି ଠାରୁ ପୁରୀରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ତେବେ ରଥଯାତ୍ରା ହେବ କି ନାହିଁ, ସେ ନିଷ୍ପତ୍ତି ପରିସ୍ଥିତିକୁ ଦେଖି ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, “ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। ରାଜ୍ୟ ସରକାରଙ୍କୁ ମଧ୍ୟ ମନ୍ଦିର ପରିଚାଳନା କମିଟି ଏହି ପ୍ରସ୍ତାବ ଦେଇଥିଲେ। ପରେ ଆମେ […]

ଅଦ୍ୟତନ ହୋଇଛି
ରଥଯାତ୍ରା ହେବ କି ନାହିଁ? ମନ୍ତ୍ରୀ ଦେଲେ ଏମିତି ଉତ୍ତର

ମନ୍ତ୍ରୀ ପ୍ରତାପ ଜେନା

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କଠାରୁ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିବା ପରେ ଆଜି ଠାରୁ ପୁରୀରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ତେବେ ରଥଯାତ୍ରା ହେବ କି ନାହିଁ, ସେ ନିଷ୍ପତ୍ତି ପରିସ୍ଥିତିକୁ ଦେଖି ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା।

Advertisment

ସେ କହିଛନ୍ତି, “ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। ରାଜ୍ୟ ସରକାରଙ୍କୁ ମଧ୍ୟ ମନ୍ଦିର ପରିଚାଳନା କମିଟି ଏହି ପ୍ରସ୍ତାବ ଦେଇଥିଲେ। ପରେ ଆମେ କେନ୍ଦ୍ର ସରକାରଙ୍କଠାରୁ ପରାମର୍ଶ ମାଗିଥିଲୁ। କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମିଳିବା ପରେ ରଥ କାମ ଆରମ୍ଭ ହୋଇଛି।”

ମନ୍ତ୍ରୀ ଆହୁରି କହିଛନ୍ତି, “ରଥ ନିର୍ମାଣ ହେବା ପରେ ସେତବେଳର ପରିସ୍ଥିତିକୁ ଅନୁଧ୍ୟାନ କରି ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ।”

Advertisment

ସୂଚନାଯୋଗ୍ୟ, ବିଳମ୍ବରେ ହେଲେ ମଧ୍ୟ ଆଜିଠୁ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ଆଜିଠୁ ତୁମ୍ବ ନିର୍ମାଣ କାମ ଆରମ୍ଭ ହୋଇଥିବା ଜଣାଯାଇଛି।

ଗୃହମନ୍ତ୍ରଣାଳୟର ଅନୁମତି ମିଳିବା ପରେ ଗତକାଲି ସଂଧ୍ୟାରେ ଜିଲ୍ଲାପାଳଙ୍କ ସହ ୩ ମୁଖ୍ୟ ମହାରଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏଥିରେ ରଥ ନିର୍ମାଣ ନେଇ ସବିଶେଷ ଆଲୋଚନା ହୋଇଥିଲା। ଲକ୍‌ଡାଉନ୍‌ ନିୟମାବଳୀ ଆଧାରରେ ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ କାମରେ ଅଳ୍ପ ସଂଖ୍ୟକ ମହାରଣା ନିୟୋଜିତ ହୋଇଛନ୍ତି।

ରଥ ନିର୍ମାଣ ପାଇଁ ଗୃହ ମନ୍ତ୍ରଣାଳୟ କିଛି ସର୍ତ୍ତ ରଖିଛି। ଏହି ସମୟରେ ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ ନିୟମର ଯେଭଳି କଡ଼ା ଅନୁପାଳନ ହେବ, ତାହା ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି।

ପଢନ୍ତୁ : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଏ ବର୍ଷ ରଥଯାତ୍ରା ‍ବନ୍ଦ

Ratha Yatra Rath Yatra 2020 Rath Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe