Advertisment

ରାତି ଅଧରେ ଭାସିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଜଣ

ଆଠଗଡ଼(ନୀଳକଣ୍ଠ ଦୋରା): ମହାନଦୀ ଜଳସ୍ତର ବଢୁଥିବାରୁ ଆଠଗଡ଼ ଅଞ୍ଚଳର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।  ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଏକ ପ୍ରକାର ଠପ୍‌ ହୋଇଯାଇଛି। ଗତକାଲି ରାତିରେ ଆଠଗଡ଼ ଅଞ୍ଚଳର ନିଧିପୁର ଗଡ଼ାରେ ଏକ କାର୍‌ ଭାସି ଯାଇଥିବା ଜଣାଯାଇଛି। ମାତ୍ର କାର୍‌ରେ ଥିବା ୪ ଜଣ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଛନ୍ତି।  ଦୀର୍ଘ ୪ ଘଣ୍ଟା ପାଣିରେ ଫସିବା ପରେ ବିଳମ୍ବିତ ରାତିରେ ଅଗ୍ନିଶମ […]

ଅଦ୍ୟତନ ହୋଇଛି
ରାତି ଅଧରେ ଭାସିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ୪ ଜଣ

car

Advertisment

ଆଠଗଡ଼(ନୀଳକଣ୍ଠ ଦୋରା): ମହାନଦୀ ଜଳସ୍ତର ବଢୁଥିବାରୁ ଆଠଗଡ଼ ଅଞ୍ଚଳର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।  ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଏକ ପ୍ରକାର ଠପ୍‌ ହୋଇଯାଇଛି। ଗତକାଲି ରାତିରେ ଆଠଗଡ଼ ଅଞ୍ଚଳର ନିଧିପୁର ଗଡ଼ାରେ ଏକ କାର୍‌ ଭାସି ଯାଇଥିବା ଜଣାଯାଇଛି। ମାତ୍ର କାର୍‌ରେ ଥିବା ୪ ଜଣ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଛନ୍ତି।  ଦୀର୍ଘ ୪ ଘଣ୍ଟା ପାଣିରେ ଫସିବା ପରେ ବିଳମ୍ବିତ ରାତିରେ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି ।

Advertisment

ଗତକାଲି ଏକ କାର୍‌ରେ ୪ ଜଣ ପୁରୁଣାକଟକ-ସମ୍ବଲପୁର ରାସ୍ତାରେ ଯାଉଥିଲେ। ମାତ୍ର ରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ରାତି ପ୍ରାୟ ୧୧ଟା ବେଳେ ଗାଡ଼ିଟି  ନିଧିପୁର ଗଡ଼ାରେ ଭାସିଯାଇଥିଲା । କିଛି ଦୂର ଭାସିବା ପରେ ଗାଡ଼ିଟି ଏକ ପାଇପ୍‌ଲାଇନ୍‌ରେ ଅଟକି ରହିଥିଲା।

ରାତି ପ୍ରାୟ ୧୧ଟାରୁ ରାତି ୩ ଟା ପର୍ଯ୍ୟନ୍ତ ଗାଡ଼ିଟି ପାଣି ମଝିରେ ଅଟକି ରହିଥିଲା।  ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।  ଉଦ୍ଧାର ୪ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe