Advertisment

ଭେଣ୍ଡିଂ ଜୋନ୍‌ରେ ଶୋଇଥିଲେ ବ୍ୟକ୍ତି, ଚଢ଼ିଗଲା କାର୍‌

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ସୁଦୂର ତେଲେଙ୍ଗାନାରୁ ପେଟ ପୋଷିବାକୁ ଓଡ଼ିଶା ଆସିଥିଲେ। ଏଠାରେ ବୁଲି ବୁଲି ବାସନ ବିକି ପରିବାର ପୋଷୁଥିଲେ। ହେଲେ ସହିଲାନି ଦଇବ । ଭେଣ୍ଡିଂ ଜୋନ ଭିତରେ ଶୋଇଥିବା ବେଳେ ଚଢ଼ିଗଲା କାର୍‌, ଆଉ ଚାଲିଗଲା ଜୀବନ । ଏପରି ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଘଟିଛି।  ମୃତକ ହେଲେ ତେଲେଙ୍ଗାନାର ଏଙ୍କଟେଶ୍ଵର ନାମକ ୫୫ ବର୍ଷ ବୟସ୍କ ବ୍ୟକ୍ତି। ଏଙ୍କଟେଶ୍ଵର ତେଲେଙ୍ଗାନାର ଖମାମ ଅଞ୍ଚଳରୁ ଆସି କୋରାପୁଟରେ ବୁଲି […]

ଅଦ୍ୟତନ ହୋଇଛି
ଭେଣ୍ଡିଂ ଜୋନ୍‌ରେ ଶୋଇଥିଲେ ବ୍ୟକ୍ତି, ଚଢ଼ିଗଲା କାର୍‌

cctv footage of car

Advertisment

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ସୁଦୂର ତେଲେଙ୍ଗାନାରୁ ପେଟ ପୋଷିବାକୁ ଓଡ଼ିଶା ଆସିଥିଲେ। ଏଠାରେ ବୁଲି ବୁଲି ବାସନ ବିକି ପରିବାର ପୋଷୁଥିଲେ। ହେଲେ ସହିଲାନି ଦଇବ । ଭେଣ୍ଡିଂ ଜୋନ ଭିତରେ ଶୋଇଥିବା ବେଳେ ଚଢ଼ିଗଲା କାର୍‌, ଆଉ ଚାଲିଗଲା ଜୀବନ । ଏପରି ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଘଟିଛି।  ମୃତକ ହେଲେ ତେଲେଙ୍ଗାନାର ଏଙ୍କଟେଶ୍ଵର ନାମକ ୫୫ ବର୍ଷ ବୟସ୍କ ବ୍ୟକ୍ତି।

Advertisment

ଏଙ୍କଟେଶ୍ଵର ତେଲେଙ୍ଗାନାର ଖମାମ ଅଞ୍ଚଳରୁ ଆସି କୋରାପୁଟରେ ବୁଲି ବୁଲି ବାସନ ବିକୁଥିଲେ।  ଗତକାଲି ସେ ସେମିଳିଗୁଡ଼ାର  ବିଜୁ ପଟ୍ଟନାୟକ ଭେଣ୍ଡିଂ ଜୋନ୍ ଭିତରେ ଶୋଇଥିଲେ । ଏହି ସମୟରେ କୌଣସି କାମରେ ସେମିଳିଗୁଡ଼ାର ଜନୈକ ବ୍ୟବସାୟୀ ପରିବାର ସହ ନିଜ କାର୍‌ରେ ଭେଣ୍ଡିଂ ଜୋନକୁ ଆସିଥିଲେ ।

ତେବେ ଗାଡ଼ି ପାର୍କିଂ ସମୟରେ ଶୋଇଥିବା ଏଙ୍କଟେଶ୍ଵରଙ୍କ ଉପରେ ଗାଡ଼ି ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି କୋରାପୁଟ ବଡ଼ ମେଡିକାଲକୁ ପଠା ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାର ସିସିଟିଭି ଭିଜୁଆଲ ଏବେ ଭାଇରଲ ହୋଇଛି।

Advertisment

ଖବର ପାଇ ସୁନାବେଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe