ଟ୍ରକ୍‌ ପଛରେ ପିଟି ହେଲା କାର୍‌; ଆଖି ବୁଜିଲେ ୪ ଜଣ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଦ୍ରୁତ  ଗତିରେ ଆସୁଥିବା ଏକ କାର୍‌ ପିଟି ଦେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଯୁବକ ଓ ୨ ଯୁବତୀ ଅଛନ୍ତି। କାର୍‌ଟି ଆନ୍ଧ୍ରରୁ ଆସୁଥିବା ବେଳେ ଆଜି ଭୋରରୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଏକ […]

car-

car-

Niharika Rout
  • Published: Thursday, 01 December 2022
  • Updated: 01 December 2022, 11:02 AM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଦ୍ରୁତ  ଗତିରେ ଆସୁଥିବା ଏକ କାର୍‌ ପିଟି ଦେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଯୁବକ ଓ ୨ ଯୁବତୀ ଅଛନ୍ତି। କାର୍‌ଟି ଆନ୍ଧ୍ରରୁ ଆସୁଥିବା ବେଳେ ଆଜି ଭୋରରୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଏକ ଟ୍ରକ୍‌ଟି ଖରାପ ହୋଇ ଯାଇଥିବାରୁ NH-୧୬ର ବଡ଼ପୋଖରିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଭୋରରୁ ଭୋରରୁ କୁହୁଡ଼ି ଥିବା ବେଳେ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଟ୍ରକ୍‌ ପଛ ପଟେ ପିଟି ହୋଇ ଯାଇଥିଲା।

ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରେ ୨ ଯୁବକ ଓ ୨ ଯୁବତୀ ଥିବା ଦେଖିବାକୁ ପାଇଥିଲେ। ଖବର ପାଇ ତୁରନ୍ତ ପୁଲିସ୍‌ ପହଞ୍ଚି କାର୍‌ ଭିତରୁ ୪ ଜଣଙ୍କୁ ବାହାର କରିଥିବା ବେଳେ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ସମସ୍ତ ମୃତକଙ୍କ ବୟସ ୨୫ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଜଣାଯାଇଛି।

ପୁଲିସ୍‌ ମୃତଦେହଗୁଡ଼ିକୁ ଖୋର୍ଦ୍ଧା ମେଡିକାଲକୁ ପଠାଇ ଦେଇଛି। ତେବେ ସେମାନଙ୍କ ପରିଚୟ ଜଣାପଡ଼ିନି । ଘଟଣାସ୍ଥଳରୁ ଗୋଟିଏ ମୋବାଇଲ ଫୋନ ମିଳିଛି   । ସେଥିରୁ ପୁଲିସ୍‌ ସେମାନଙ୍କର ପରିଚୟ ବାହାର କରିବାକୁ ଉଦ୍ୟମ ଜାରି ରଖିଛି। ସେମାନେ କେଉଁଠିକୁ ଓ କାହିଁକି ଆସୁଥିଲେ ସେ ନେଇ କିଛି ସୂଚନା ମିଳିନି। ଦୁର୍ଘଟଣା ଘଟାଇଥିବା କାରଟି ଆନ୍ଧ୍ରରୁ ଆସୁଥିବା ବେଳେ ଟ୍ରକ୍‌ଟିରେ ମଧ୍ୟ ଆନ୍ଧ୍ର ନମ୍ବର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos