ଛିଡ଼ା ହୋଇଥିଲା ଟ୍ରକ୍,‌ ପଛରେ ପିଟି ହେଲା କାର୍

ଯାଜପୁର(ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ଏନ୍‌ଏଚ୍‌-୧୬ ରଥିଆ ଛକରେ ଏକ ଟ୍ରକ୍‌ ପଛରେ କାର୍‌ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୩ ଜଣ ପୁରୁଷ।  ସେମାନେ ହେଲେ ସୁଜିତ ଗିରି, ଅଜଗର ଅଲ୍ଲୀ ସାହା ଓ ଦୀପଙ୍କାର ପଞ୍ଜା। ତେବେ ସୁଜିତ ଓ ଅଜଗରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୀପଙ୍କାରଙ୍କୁ ଧର୍ମାଶାଳା ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।  ସେମାନଙ୍କ ଘର ପଶ୍ଚିମବଙ୍ଗର କେସାପୁର କାଣ୍ଟେଇରେ। ଆଜି ଭୋର ପ୍ରାୟ ସାଢ଼େ […]

accident-66-1

accident-66-1

Jyoshna Pradhan
  • Published: Friday, 07 August 2020
  • Updated: 07 August 2020, 09:36 AM IST

Sports

Latest News

ଯାଜପୁର(ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ଏନ୍‌ଏଚ୍‌-୧୬ ରଥିଆ ଛକରେ ଏକ ଟ୍ରକ୍‌ ପଛରେ କାର୍‌ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୩ ଜଣ ପୁରୁଷ।  ସେମାନେ ହେଲେ ସୁଜିତ ଗିରି, ଅଜଗର ଅଲ୍ଲୀ ସାହା ଓ ଦୀପଙ୍କାର ପଞ୍ଜା। ତେବେ ସୁଜିତ ଓ ଅଜଗରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୀପଙ୍କାରଙ୍କୁ ଧର୍ମାଶାଳା ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।  ସେମାନଙ୍କ ଘର ପଶ୍ଚିମବଙ୍ଗର କେସାପୁର କାଣ୍ଟେଇରେ।

ଆଜି ଭୋର ପ୍ରାୟ ସାଢ଼େ ୪ଟା ଏହି ଦୁର୍ଘଟଣା ଘଟିଛି। ଏକ କାର୍‌ରେ ୫ ଜଣ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ  ଅଭିମୁଖେ ଯାଉଥିଲେ। ଏହି ସମୟରେ ରଥିଆ ଛକରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ସେମାନଙ୍କ କାର ପିଟି ହୋଇଥିଲା। ଫଳରେ କାର୍‌ରେ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଧର୍ମଶାଳା ଡାକ୍ତରଖାନା ନେବା ବାଟରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଉ ୨ ଦୁଇ ଗୁରୁତରଙ୍କୁ  କଟକ ବଡ଼ ମେଡିକାଲକୁ ସ୍ଥାନନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଆହତଦ୍ୱୟ  ହେଲେ ଯାଦୁ କ୍ୟୁର ଓ ସୁନୀତା ଗିରି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଧର୍ମଶାଳା ଡାକ୍ତରଖାନା ପଠାଇବା ସହ ଗୁରୁତରଙ୍କୁ କଟକ ମେଡିକାଲ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos